Masthead

ସାର ପାଇଁ ଅଧିକାରୀଙ୍କୁ ରାସ୍ତାରେ ଚଲାଇଲେ ଚାଷୀ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ରାସାୟନିକ ସାର ପାଇଁ ଉତ୍ତେଜନା। ଉମରକୋଟ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ । କୃଷି ଅଧିକାରୀଙ୍କୁ ଶୋଭାଯାତ୍ରାରେ ଚଲାଇ ଚଲାଇ ନେଲେ ଚାଷୀ । ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଉମରକୋଟ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କଲେ ଚାଷୀ ।

ଗୋଟିଏ ପଟ ଚାଷୀଙ୍କ ରାସ୍ତା ଅବରୋଧ ତ ଅନ୍ୟ ପଟ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ କରୁଛନ୍ତି ଏବଂ ଏହି ଶୋଭାରେ ଚାଷୀଙ୍କ ସହ ଚାଲି ଚାଲି ଗଲେ କୃଷି ଅଧିକାରୀ । ସାର ଅଭାବକୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ରାସ୍ତା ରୋକ କରିବା ସହ କୃଷି କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ ଗୋଟିଏ ପଟେ ବର୍ଷା ହୋଇ ଚାଷ ପାଇଁ ଅନୁକୂଳ ପାଗ ଥିବାବେଳେ ସାର ଅଭାବ ସମସ୍ୟା ଚାଷୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଦେଇଛି ।

ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ମଙ୍ଗଳବାର ସୁଦ୍ଧା ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି । କିନ୍ତୁ ଗୋଟିଏ ଦିନରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି । ବର୍ତ୍ତମାନ ଚାଷୀଙ୍କ ଆନ୍ଦୋଳନ ଫଳରେ ଉମରକୋଟ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା