Masthead

କାହାକୁ ମିଳିବ ଟିକେଟ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ବାଜି ସାରିଲାଣି ବିଗୁଲ୍। ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟ। ତେବେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳରେ କାହାକୁ ଟିକେଟ ମିଳିବ ତାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା। ରାଜ୍ୟରେ ଏବେ ବିଜେଡି ସରକାରରେ ରହିଛି। ଏଣୁ ଦଳର ପଲା ଭାରି ରହିବା ନେଇ ଚର୍ଚ୍ଚା ହେଉଛି। ୨ଟି ସ୍ଥାନରେ ଟିକେଟ ପାଇବା ଲାଗି ଦଳରେ ଏବେ ଗଣ୍ଡା ଗଣ୍ଡା ନେତା ରହିଛନ୍ତି। ତେବେ ଦଳ ସୁପ୍ରିମୋ କାହା ଉପରେ ବିଶ୍ୱାସ କରି ଟିକେଟ ଦେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର। ଲମ୍ବା ଆଶାୟୀଙ୍କ ସଂଖ୍ୟା ମଧ୍ୟରେ ରହିଛନ୍ତି ବହୁ ହେବିୱେଟ ନେତା। ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ବହୁ ନେତା ଏଥର ଟିକେଟ ପାଇବା ଆଶାରେ ରହିଛନ୍ତି। ସେପଟେ ଦୀର୍ଘଦିନ ଧରି ଦଳରେ ରହି ସାଙ୍ଗଠନିକ କାର୍ଯ୍ୟ କରୁଥିବା ନେତାମାନେ ମଧ୍ୟ ଟିକେଟ ଆଶାରେ ରହିଛନ୍ତି।

ବାଲେଶ୍ୱର ସଦର ବିଜେପି ହାତରେ ଥିଲା। ତେବେ ସେଠାରେ ପୁଣିଥରେ ବିଜେପି ବାଜିମାତ କରିବା ଲକ୍ଷ୍ୟରେ ରହିଛି। ବିଜେପିରେ ମଧ୍ୟରେ ମାଳ ମାଳ ନେତା ଟିକେଟ ଆଶାରେ ରହିଛନ୍ତି। ଗତ ନିର୍ବାଚନରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଏହି ଉପନିର୍ବାଚନରେ ଜନତା ପୁନର୍ବାର ଭରସା ରଖି ଟିକେଟ ଦେବେ ବୋଲି ଦଳ ଆଶା ରଖିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ଏଠାରେ କାହାକୁ ମିଳିବ ଟିକେଟ? ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦଳ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଲାଗି ପରିଚାଳନା କମିଟି ଘୋଷଣା କରିସାରିଲାଣି। କିନ୍ତୁ ଏଯାବତ କେଉଁ ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରାଯିବ ତାହା ଘୋଷଣା କରାଯାଇନାହିଁ।

ସେପଟେ ଗତ ନିର୍ବାଚନରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ଉପନିର୍ବାଚନରେ ଦଳ ବିଜୟୀ ହେବ ବୋଲି ଦଳର ବରିଷ୍ଠ ନେତାମାନେ ମତ ରଖୁଛନ୍ତି। ନିର୍ବାଚନ ସମୟର ଦୋଷତ୍ରୁଟିକୁ ସଂଶୋଧନ କରି ଦଳ ଉପନିର୍ବାଚନରେ ଦୁଇ ଦଳକୁ ଟକ୍କର ଦେବା ଲାଗି ଅଣ୍ଟା ଭିଡିଲାଣି। କଂଗ୍ରେସରେ ମଧ୍ୟ ଟିକେଟ ଆଶାରେ ରହିଛନ୍ତି ବହୁ ହେବିୱେଟ୍ ନେତା। ତେବେ ଦଳ କାହାକୁ ଭରସା କରି ଟିକେଟ ଦେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତିନି ପ୍ରମୁଖ ରାଜନୈତିକ ଦଳରେ ବହୁ ହେବିୱେଟ ନେତା ଦଳରୁ ଟିକେଟ ହାତେଇବା ଲବି କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ