Masthead

କୋଟିଆ ଯିବେ ନବୀନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର କୋଟିଆକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜେ ଯାଇ ସେଠାର ସ୍ଥିତି ପରଖିବେ । ବିବାଦୀୟ ଅଞ୍ଚଳ କୋଟିଆ ପାଇଁ ପ୍ୟାକେଜ ଘୋଷଣା ବେଳେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଗ୍ରାଉଣ୍ଡ ଜିରୋକୁ ଯାନ୍ତୁ, ସେଠାର ଲୋକଙ୍କ ହୃଦୟ ଜିଣନ୍ତୁ ବୋଲି ଗୁରୁବାର ଦାବି କରିଥିଲା ‘ବଡ ଖବର’ । ଯାହାକୁ ଆଜି ସେ ମାନି ନେଇଛନ୍ତି ।

କୋଟିଆ ପ୍ରସଙ୍ଗରେ ‘ବଡ ଖବର’ର ଦାବିକୁ ମାନିଲେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ପରେ ଏବେ ନିଜେ ଘଟଣାସ୍ଥଳକୁ ଯିବେ । ଗୁରୁବାର ପର୍ଯ୍ୟନ୍ତ କଥା ଥିଲା କେବଳ ଅନଲାଇନରେ ପ୍ୟାକେଜ ଦେଇ କାମ ସାରିଦିଆଯିବ । ହେଲେ ‘ବଡ ଖବର’ ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିଲା । କୋରାପୁଟ କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ରର ମୁହଁତୋଡ ଜବାବର ଆବଶ୍ୟକତା ରହିଛି । କୋଟିଆ ଲୋକଙ୍କ ବିଶ୍ୱାସ ଜିତିବିକୁ ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଯାନ୍ତୁ ବୋଲି ଗୁରୁବାର ରାତି ୯ଟା ସୋ’ରେ ଦାବି କରିଥିଲେ ‘ବଡ ଖବର’ର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ।

ଶୁକ୍ରବାର ସକାଳେ ଭୁବନେଶ୍ୱରରୁ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପାଇଁ ଭର୍ଚ୍ଚୁଆଲରେ ପ୍ୟାକେଜ ବାଂଟିଲେ । ଏହା ସହ ଏକଥା କହିଲେ ସେ ଖୁବଶୀଘ୍ର କୋଟିଆ ଯିବେ । କୋଟିଆକୁ ଆଦର୍ଶ ପଂଚାୟତ କରିବେ ।

ରାଜ୍ୟର ମୁଖିଆ ଭାବେ କୋଟିଆ ଲୋକଙ୍କ ସହ ନବୀନ ଛିଡା ହେବା ଦରକାର । ତେବେ ଆନ୍ଧ୍ରର ଷଡଯନ୍ତ୍ରକୁ ପଣ୍ଡ କରିବାକୁ ଠୋସ୍ ରଣନୀତି ହେବା ଦରକାର । ଆଇନ କାନୁନ ସହ କେମିତି ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନ ବନ୍ଦ ହେବ ସେ ନେଇ ବି ବ୍ୟବସ୍ଥା ହେବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’