Masthead

ସିଦ୍ଧୁ ଦେଲେ ଇସ୍ତଫା, କ୍ୟାପଟେନ ହେବେ କି ସଭାପତି?

ଚଣ୍ଡିଗଡ଼ (ବଡ଼ ଖବର ବ୍ୟୁରୋ): ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ମାତ୍ର ୭୨ ଦିନ ଅଧ୍ୟକ୍ଷ ପଦରେ ରହିବା ପରେ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା ବେଳେ ସିଦ୍ଧୁ କହିଛନ୍ତି ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ । ତେଣୁ ଇସ୍ତଫା ଦେଉଛି । ତେବେ ଆଗକୁ କଂଗ୍ରେସ ଦଳ ସହିତ କାର୍ଯ୍ୟ ଜାରି ରଖିବି । ଜୁଲାଇ ୧୮ ତାରିଖରେ ପଞ୍ଜାବର ପିସିସି ସଭାପତି ହୋଇଥିଲେ ସିଦ୍ଧୁ । କିନ୍ତୁ ହଠାତ ଇସ୍ତଫା ଦେବାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି ।

ସେପଟେ କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶି ପାରନ୍ତି । ଦଳରେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କ୍ୟାପଟେନଙ୍କ ଇସ୍ତଫା ପରେ ଏହା କମିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଘଟିଛି । ସିଦ୍ଧୁ ଆଜି ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି । ଯାହାକୁ ନେଇ ଏବେ ସରଗରମ ହୋଇଛି ପଞ୍ଜାବ ରାଜନୀତି । ତେବେ କ୍ୟାପଟେନ ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବେ ।

ଏହା ପୂର୍ବରୁ କ୍ୟାପଟେନଙ୍କୁ ଦଳର ସଭାପତି କରି ମାଷ୍ଟର ଷ୍ଟ୍ରୋକ ଖେଳିପାରେ କଂଗ୍ରେସ । ତେବେ ପଞ୍ଜାବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ନାଁ ଧାର୍ଯ୍ୟ ହେବା ସମୟରେ ରାହୁଲ ଗାନ୍ଧି ଚରଣଜୀତ ଚନ୍ନୀଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇଥିଲେ। ସିଦ୍ଧୁଙ୍କୁ କେଉଁଠି ବି ସାମିଲ କରାଯାଇ ନଥିଲା । ଯେଉଁ କାରଣରୁ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର