Masthead

ନୟାଗଡ଼ ପଲିଟିକ୍ସ: ପ୍ରତ୍ୟୁଷା ନା ଅରୁଣ

ନୟାଗଡ଼  (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ନୟାଗଡ ନିର୍ବାଚନ ମଣ୍ଡଳୀରେ ଦ୍ୱିମୁଖୀ ଲଢେଇ ହେବା ସମ୍ଭାବନା ଅଧିକ । ନିର୍ବାଚନ ପରେ କଂଗ୍ରେସର ପରାଜିତ ପ୍ରାର୍ଥୀ ଉଭାନ୍ ହୋଇ ଯାଉଥିବା ବେଳେ ବିଜେଡିକୁ ବଜେପି ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନୟାଗଡ଼ । କନ୍ଧମାଳର ପୂର୍ବତନ ସାଂସଦ ତଥା ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ଼ର ରାଣୀ । ସେ ଦଳର ସଂଗଠନ ମଜଭୁତ କରିବାରେ ଲାଗିପଡିଛନ୍ତି । ନିର୍ବାଚିତ ହେଲେ ନୟାଗଡ଼ରେ ଆଖିଦୃଶିଆ ଉନ୍ନତି ହେବ ବୋଲି କହୁଛନ୍ତି । ୨୦୧୯ରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ଇରାନୀ ରାୟ ମାତ୍ର ୧୪ ହଜାର ଭୋଟରେ ପରାଜିତ ହୋଇଥିଲେ ।

୨୦୨୪ରେ ସେହି ଭୋଟକୁ ନିଜ ସପକ୍ଷକୁ ଆଣିବା ପାଇଁ ସଂଗଠନକୁ ମଜବୁତ୍ କରାଯାଉଛି ବୋଲି ପ୍ରତ୍ୟୁଷାଙ୍କ ସମର୍ଥକମାନେ କହୁଛନ୍ତି । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ସାହୁ ମାତ୍ର ୪,୮୦୦ ଭୋଟ ପାଇ ଶୋଚନୀୟ ପରାଜୟ ବରଣ କରିଥିଲେ । ୨୦୨୪ରେ ସେ ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଅଛନ୍ତି । ବିଧାୟକ ଡ.ଅରୁଣ କୁମାର ସାହୁ ଦଳୀୟ ସଂଗଠନକୁ ଠିକ୍ ରଖିଥିବା ବେଳେ ବିକାଶକୁ ପ୍ରାଧାନ୍ୟ ଦେଉଥିବା ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି । ଆଗାମୀ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା