Masthead

ପ୍ରଭାବଶାଳୀଙ୍କୁ ପୋଲିସର ହାଲେ ଭୟ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): କିଛିଦିନର ପ୍ରେମ ସମ୍ପର୍କ ପରେ ଗଢିଉଠିଥିଲା ଶାରୀରିକ ସର୍ମ୍ପକ । । ତାପରେ ଆରମ୍ଭ ହୋଇଥିଲା ଛଳନା ଓ ପ୍ରତାରଣା । ଏଭଳି ଅଭିଯୋଗ ପହଞ୍ଚିଛି ନୟାଗଡ ଟାଉନ ଥାନାରେ । ନୟାଗଡ ଜିଲ୍ଲାର ଏକ ନର୍ସିଂ କଲେଜ ମାଲିକଙ୍କ ପୁଅ ନାଁରେ ହୋଇଛି ଅଭିଯୋଗ ।

ମିଥ୍ୟା ପ୍ରତିଶ୍ରୁତି, ଭଲ ପାଇବାର ଛଳନାରେ ଯୁବତୀଙ୍କୁ ଜାଲରେ ପକାଇଲେ । ବିଭାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନେଇ ଏକ ଭଡାଘରେ ରହିଲେ । ଏଭଳି ୨ମାସ କାଳ ଦିନ କାଟିଲେ । ଯୁବତୀ ଯେତେବେଳେ ବୋହୂର ପରିଚୟ ଖୋଜିଲେ, ଆରମ୍ଭ ହୋଇଗଲା ଶାରୀରିକ ନିର୍ଯ୍ୟାତନା ।

ନିର୍ଯ୍ୟାତନାର ସୀମା ଟପିଗଲା ପରେ ଯୁବତୀ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ପୀଡିତାଙ୍କ ପାଟିବନ୍ଦ କରିବାକୁ କରାଯାଇଥିଲା ମୂଲଚାଲ ହେଲେ ଯୁବତୀ ଜଣକ ପ୍ରଲୋଭନରେ ନପଡି ଥାନାର ଦ୍ୱାରସ୍ତ ହୋଇଥିଲେ । ଏନେଇ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମଇନା ହୋଇଛି । ଅଭିଯୁକ୍ତ ଜଣକ ନୟାଗଡର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିବାରୁ ପୋଲିସ ତଦନ୍ତ ପ୍ରକ୍ରିୟାରେ ଶୀଥିତଳା ହେଉଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ