Masthead

ନରମିଲେ ରବୀନ୍ଦ୍ର, ସ୍ୱରୁପଙ୍କୁ ଦେବେ ସମର୍ଥନ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଛିଣ୍ଡିଲା ବାଲେଶ୍ୱର ବିଜେଡିର ବିବାଦ । ସ୍ୱରୁପଙ୍କୁ ସମର୍ଥନ ଦେବେ ରବୀନ୍ଦ୍ର । ଟିକେଟ ଘୋଷଣା ପରଠାରୁ ବାଲେଶ୍ୱର ବିଜେଡିରେ ସୃଷ୍ଟି ହୋଇଥିବା ବିବାଦରେ ସୁଧାର ଆସିଛି । ବିଜେଡି ନେତାଙ୍କ ଘନଘନ କବାଟକିଳି ବୈଠକ ଓ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିଛି । ସ୍ୱରୁପଙ୍କୁ ସମର୍ଥନ ଦେବାକୁ ସହମତି ଦେଇଛନ୍ତି ରବୀନ୍ଦ୍ର । ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ପାଳନ କରିବୁ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ।

ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ପୂର୍ବତନ କାଉଁସିଲର ତଥା ନଗର ବିଜେଡି ସଭାପତି ସ୍ୱରୁପ ଦାସଙ୍କ ନାଁ ଘୋଷଣା ହେବା ପରେ ଦେଖା ଦେଇଥିଲା ଅନ୍ତଃ କନ୍ଦଳ । ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ସ୍ତ୍ରୀ ସୁବାସିନୀ ଜେନଙ୍କୁ ପ୍ରାର୍ଥୀ କରିବା ପାଇଁ ଅଡି ବସିଥିଲେ ରବୀନ୍ଦ୍ରଙ୍କ ସମର୍ଥକ । ରବୀନ୍ଦ୍ରଙ୍କ ସହ କଥା ହେବାଲାଗି ତାଙ୍କ ବାଲେଶ୍ୱର କର୍ଯ୍ୟାଳୟରେ ପହଁଚି ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଖବର ପାଇ ରବୀନ୍ଦ୍ରଙ୍କ ସମର୍ଥକ ସେଠାରେ ପହଁଚି ହୋ ହାଲ୍ଲା କରିବା ସହ ଟିକେଟ ଚୟନ ଠିକ ହୋଇନଥିବା ଅଭିଯୋଗ କରିଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ବୈଠକରୁ ବାହରି ସ୍ୱରୁପଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେବା ସହ ନିଜ କର୍ମୀ ଓ ସମର୍ଥକଙ୍କ ଭଲ ପାଇବା ଓ ଭାବାବେଗକୁ ବୁଝି ପାରୁଥିବା କହିଥିଲେ ରବୀନ୍ଦ୍ର । ଏନେଇ ପ୍ରତାପ ଦେବଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି ରବୀନ୍ଦ୍ର ।
ସ୍ୱରୁପଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରଠାରୁ ରବୀନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ୱାଧୀନ ଭାବେ ରବୀନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ