Masthead

ଦେଢକୋଟିରେ ନିଲାମ ହେଲା ନୀରଜଙ୍କ ଜାଭଲିନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଟୋକିଓ ଅଲମ୍ପିକ୍ସ ଓ ପାରାଲିମକ୍ସରେ ଭାଗ ନେଇଥିବା ଭାରତୀୟ ଖେଳଳୀମାନେ ମୋଦିଙ୍କୁ ଉପହାର ଦେଇଥିଲେ । ଟୋକିଓରୁ ଫେରିବା ପରେ ମୋଦିଙ୍କୁ ନିଜ ନିଜର ଖେଳସାମଗ୍ରୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ସେସବୁକୁ ଇ-ନିଲାମ କରାଯିବ ବୋଲି ଘୋଷଣା କରାଯାଇଥିଲା । ଆଉ କିଛି ଦିନ ତଳେ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ପରେ ଜନ୍ମଦିନରେ ମିଳିଥିବା ଉପହାର ସବୁ ନିଲାମ ହୋଇଥିଲା ।

ତେବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ସୁନା ପୁଅ ନୀରଜ ଚୋପ୍ରା ମୋଦିଙ୍କୁ ଉପହାର ସୂତ୍ରରେ ତାଙ୍କ ଜାଭଲିନ ଦେଇଥିଲେ । ନୀରଜଙ୍କ ଏହି ଉପହାର ସବୁଠୁ ଅଧିକ ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି । ତେବେ ଗୋଲ୍ଡେନ ବୟ ନୀରଜଙ୍କ ଏହି ଜାଭଲିନ ନିଲାମ ଏବେ ବେସ ଚର୍ଚ୍ଚରେ । ଏହି ଜାଭଲିନ କେବଳ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି । ସେପଟେ ବକ୍ସିଂରେ ବ୍ରୋଞ୍ଚମେଡାଲ ବିଜେତା ଲଭଲିନ ବୋରଗେନଙ୍କ ବକ୍ସିଂ ଗ୍ଲୋଭ ୯୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଅଲମ୍ପିକ୍ସ ବାଦ ଅନ୍ୟ ଉପହାର ମଧ୍ୟ ନିଲାମ ହୋଇଛି ।

ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମୀ ଡକାଯାଇଥିଲା । ତେବେ ତୃତୀୟ ପର୍ଯ୍ୟୟ ଇନିଲାମୀ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ବେଳେ ଗତକାଲି ନିଲାମୀର ଶେଷ ଦିନ ଥିଲା । ଏହି ଇ-ନିଲାମୀରୁ ଆସୁଥିବା ଅର୍ଥରାଶି ନମାମୀ ଗଙ୍ଗା ମିଶନକୁ ଦାନ କରାଯିବ । ଯାହାକି ଭାରତର ଲାଇଫଲାଇନ କୁହାଯାଉଥିବା ପବିତ୍ର ଗଙ୍ଗା ନଦୀର ସଂରକ୍ଷଣ ପୁନରଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ । ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟୟ ଇ-ନିଲାମୀରେ ୧୩୪୮ଟି ଉପହାର ସମ୍ବଳିତ ବିଭିନ୍ନ ଐତିହାସିକ ସାମଗ୍ରୀର ନିଲାମୀ ଡକାଯାଇଥିଲା । ଏଥିଲାଗି ଅନେକ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହି ସବୁ ସାମଗ୍ରୀ ନିଲାମ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ଦୌଡ ଲାଗିଥିଲା । ଏହି ସବୁ ସାମଗ୍ରୀ ପାଇଁ ୮୬୦୦ରୁ ଅଧିକ ଥର ନିଲାମ ଡକାଯାଇଥିଲା । ସେଥିମଧ୍ୟରୁ ସରର୍ଦ୍ଦାର ପଟେଲଙ୍କ ମୂର୍ତ୍ତି ପାଇଁ ୧୪୦ ଥର ନିଲାମୀ ଡକାଯାଇଥିଲା । କାଠରେ ନିର୍ମିତ ଗଣେଶ ମୂର୍ତ୍ତି ପାଇଁ ୧୧୭ ଥର ନିଲାମୀ ଡକାଯାଇଥିଲା । ମେଟ୍ରୋ ଲାଇନର ସ୍ମୃତି ଚିହ୍ନ ପାଇଁ ୧୦୪ ଜଣ ନିଲାମୀ ଡାକିଥିଲେ । ବିଜୟ ମଶାଲର ସ୍ମୃତି ଚିହ୍ନ ପାଇଁ ୧୦୪ ଜଣ ନିଲାମୀ ଡାକିଥିଲେ । ଏହି ସବୁ ନିଲାମୀ ପ୍ରକ୍ରିୟାରେ ସବୁଠୁ ଆଗରେ ରହିଥିଲା ଗୋଲ୍ଟେନ ବୟ ନୀରଜଙ୍କ ଜାଭଲିନ । ପ୍ରଧାନମନ୍ତ୍ରୀଙ୍କୁ ନୀରଜ ଦେଇଥିବା ଜାଭଲିନ ପାଇଁ ସବୁଠୁ ଅଧିକ ଦେଢ କୋଟି ଟଙ୍କାର ନିଲାମୀ ଡକାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା