Masthead

ଦେଢକୋଟିରେ ନିଲାମ ହେଲା ନୀରଜଙ୍କ ଜାଭଲିନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଟୋକିଓ ଅଲମ୍ପିକ୍ସ ଓ ପାରାଲିମକ୍ସରେ ଭାଗ ନେଇଥିବା ଭାରତୀୟ ଖେଳଳୀମାନେ ମୋଦିଙ୍କୁ ଉପହାର ଦେଇଥିଲେ । ଟୋକିଓରୁ ଫେରିବା ପରେ ମୋଦିଙ୍କୁ ନିଜ ନିଜର ଖେଳସାମଗ୍ରୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ସେସବୁକୁ ଇ-ନିଲାମ କରାଯିବ ବୋଲି ଘୋଷଣା କରାଯାଇଥିଲା । ଆଉ କିଛି ଦିନ ତଳେ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ପରେ ଜନ୍ମଦିନରେ ମିଳିଥିବା ଉପହାର ସବୁ ନିଲାମ ହୋଇଥିଲା ।

ତେବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ସୁନା ପୁଅ ନୀରଜ ଚୋପ୍ରା ମୋଦିଙ୍କୁ ଉପହାର ସୂତ୍ରରେ ତାଙ୍କ ଜାଭଲିନ ଦେଇଥିଲେ । ନୀରଜଙ୍କ ଏହି ଉପହାର ସବୁଠୁ ଅଧିକ ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି । ତେବେ ଗୋଲ୍ଡେନ ବୟ ନୀରଜଙ୍କ ଏହି ଜାଭଲିନ ନିଲାମ ଏବେ ବେସ ଚର୍ଚ୍ଚରେ । ଏହି ଜାଭଲିନ କେବଳ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି । ସେପଟେ ବକ୍ସିଂରେ ବ୍ରୋଞ୍ଚମେଡାଲ ବିଜେତା ଲଭଲିନ ବୋରଗେନଙ୍କ ବକ୍ସିଂ ଗ୍ଲୋଭ ୯୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଅଲମ୍ପିକ୍ସ ବାଦ ଅନ୍ୟ ଉପହାର ମଧ୍ୟ ନିଲାମ ହୋଇଛି ।

ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମୀ ଡକାଯାଇଥିଲା । ତେବେ ତୃତୀୟ ପର୍ଯ୍ୟୟ ଇନିଲାମୀ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ବେଳେ ଗତକାଲି ନିଲାମୀର ଶେଷ ଦିନ ଥିଲା । ଏହି ଇ-ନିଲାମୀରୁ ଆସୁଥିବା ଅର୍ଥରାଶି ନମାମୀ ଗଙ୍ଗା ମିଶନକୁ ଦାନ କରାଯିବ । ଯାହାକି ଭାରତର ଲାଇଫଲାଇନ କୁହାଯାଉଥିବା ପବିତ୍ର ଗଙ୍ଗା ନଦୀର ସଂରକ୍ଷଣ ପୁନରଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ । ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟୟ ଇ-ନିଲାମୀରେ ୧୩୪୮ଟି ଉପହାର ସମ୍ବଳିତ ବିଭିନ୍ନ ଐତିହାସିକ ସାମଗ୍ରୀର ନିଲାମୀ ଡକାଯାଇଥିଲା । ଏଥିଲାଗି ଅନେକ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହି ସବୁ ସାମଗ୍ରୀ ନିଲାମ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ଦୌଡ ଲାଗିଥିଲା । ଏହି ସବୁ ସାମଗ୍ରୀ ପାଇଁ ୮୬୦୦ରୁ ଅଧିକ ଥର ନିଲାମ ଡକାଯାଇଥିଲା । ସେଥିମଧ୍ୟରୁ ସରର୍ଦ୍ଦାର ପଟେଲଙ୍କ ମୂର୍ତ୍ତି ପାଇଁ ୧୪୦ ଥର ନିଲାମୀ ଡକାଯାଇଥିଲା । କାଠରେ ନିର୍ମିତ ଗଣେଶ ମୂର୍ତ୍ତି ପାଇଁ ୧୧୭ ଥର ନିଲାମୀ ଡକାଯାଇଥିଲା । ମେଟ୍ରୋ ଲାଇନର ସ୍ମୃତି ଚିହ୍ନ ପାଇଁ ୧୦୪ ଜଣ ନିଲାମୀ ଡାକିଥିଲେ । ବିଜୟ ମଶାଲର ସ୍ମୃତି ଚିହ୍ନ ପାଇଁ ୧୦୪ ଜଣ ନିଲାମୀ ଡାକିଥିଲେ । ଏହି ସବୁ ନିଲାମୀ ପ୍ରକ୍ରିୟାରେ ସବୁଠୁ ଆଗରେ ରହିଥିଲା ଗୋଲ୍ଟେନ ବୟ ନୀରଜଙ୍କ ଜାଭଲିନ । ପ୍ରଧାନମନ୍ତ୍ରୀଙ୍କୁ ନୀରଜ ଦେଇଥିବା ଜାଭଲିନ ପାଇଁ ସବୁଠୁ ଅଧିକ ଦେଢ କୋଟି ଟଙ୍କାର ନିଲାମୀ ଡକାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି