Masthead

NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ । ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ । ନିଟ୍-ପିଜିରେ ଅନିୟମିତତା ଅଭିଯୋଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ । ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା। ଦେଶରେ ବର୍ତ୍ତମାନ ଚାଲିଥିବା ପରୀକ୍ଷା ବିବାଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷାର ପ୍ରକ୍ରିୟାକୁ ଭଲ ଭାବରେ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି।

ପରୀକ୍ଷା ସ୍ଥଗିତ ହେବା ନେଇ ଘୋଷଣାର ଏକ ଘଣ୍ଟା ପୂର୍ବରୁ ସରକାର ଜାତୀୟ ପରୀକ୍ଷା ଏଜେନ୍ସିର ମୁଖ୍ୟକୁ ବଦଳାଇ ଦେଇଛନ୍ତି। ଏନଟିଆର ମହାନିର୍ଦ୍ଦେଶକ ଥିବା ସୁବୋଧ କୁମାର ସିଂହଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରଦୀପ ସିଂହ ଖରୋଲାଙ୍କୁ ସ୍ଥାନ ଦିଆଯାଇଛି।ଏପଟେ ନିଟ୍-ୟୁଜିରେ ଅନିୟମିତତା ଅଭିଯୋଗରେ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି