Masthead

NEET-UG ପେପର୍ ଲିକ୍ ମାମଲା: ଭୁବନେଶ୍ବରରୁ ଆଉ ଜଣେ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଟ-ୟୁଜି ପେପର ଲିକ ମାମଲା ଭୁବନେଶ୍ଵରରୁ ଜଣେ ଗିରଫ। ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟରେ ହାଜର ପରେ ସିବିଆଇ ସୁସାନ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗିରଫ ପରେ ସୁଶାନ୍ତକୁ ପାଟନା କୋର୍ଟରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ସୁଶାନ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି।

ତନାଘନା ଲାଗି ସିବିଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅତ୍ୟାଧୁନିକ ଫୋରେନସିକ୍ ପ୍ରମାଣ ସଂଗ୍ରହ କରୁଛି। ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା। ସଲଭର ସନ୍ଦୀପ ରାଜସ୍ଥାନର ଭିଲୱାଡା ମେଡିକାଲ କଲେଜରେ ଏମବିବିଏସ କରୁଛି। ସଲଭରକୁ ଗିରଫ ପରେ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସନ୍ଦୀପକୁ ମଧ୍ୟ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ