Masthead

ନେତାଜୀଙ୍କ ଟୋପି ଚୋରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ନେତାଜୀ ସୁଭାଷ ବୋଷଙ୍କ ଟୋପି ଚୋରି । କୋଲକାତାର ଭିକ୍ଟୋରିଆ ମେମୋରିଆଲରୁ ଚୋରି । ଜାନୁଆରୀ ୨୩ ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ ଜନ୍ମ ବାର୍ଷିକୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହୋଇଥିଲା ଏକ ପ୍ରଦର୍ଶନୀ ।

ନେତାଜୀ ବ୍ୟବହାର କରୁଥିବା ସାମଗ୍ରୀ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ଦିଲ୍ଲୀ ରେଡ ଫୋର୍ଟ ମ୍ୟୁଜିୟମରୁ ଏଏସଆଇ ଏହି ସାମଗ୍ରୀଗୁଡିକ ଧାର ସୂତ୍ରରେ ଆଣିଥିଲା । ଏଥିପାଇଁ ଆବଶ୍ୟକ ପଦ୍ଧତି ଅବଲମ୍ବନ କରାଯାଇଥିଲା । ଭିକ୍ଟୋରିଆ ମେମୋରିଆଲ ଓ ରେଡ ଫୋର୍ଡ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁର ସମୟସୀମା ଥିଲା ୬ ମାସ । ପରେ ଏହା ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଦିଲ୍ଲୀରୁ କଡ଼ା ସୁରକ୍ଷା ବଳୟରେ କୋଲକାତା ଯାଇଥିଲା ନେତାଜୀ ବ୍ୟବହାର କରୁଥିବା ସାମଗ୍ରୀ । ଏଥିପାଇଁ ବୀମା ମଧ୍ୟ କରାଯାଇଥିଲା । କୋଲକାତାର ଭିକ୍ଟୋରିଆ ମେମୋରିଆଲ ଓ ରେଡ ଫୋର୍ଟ ଏଏସ୍ଆଇ ଅଧିନସ୍ଥ ଦୁଇଟି ସଂସ୍ଥା । ନେତାଜୀଙ୍କ ଟେପି ଚୋରି ପ୍ରସଙ୍ଗ ମିଛ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା