Masthead

ରାଜ୍ୟରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଖୋଲିବ ୬୦୦ ସିଟ୍ ନର୍ସିଂ କଲେଜ । ୧୦ ଟି ଜିଲ୍ଲାରେ ଏହି କଲେଜ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ପ୍ରତି କଲେଜରେ ୬୦ ଟି ଲେଖାଏଁ ସିଟ ରହିବ। ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି କଲେଜ ଖୋଲିବାକୁ ପ୍ରସ୍ତାବ ରହିଛି ।

ଏହା ବାଦ ତିନିଟି ମେଡିକାଲ କଲେଜରେ ଅଚଳ ହୋଇପଡିଥିବା ନିର୍ସିଂ କଲେଜକୁ ମଧ୍ୟ ପୁନଃ ଚାଲୁ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ପଦକ୍ଷେପ ନିଆଯାଇଛି । କରୋନା ହାରିବ, ଓଡ଼ିଶା ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ!