Masthead

ନ୍ୟାୟ ପାଇଁ ଥାନା ବାରଣ୍ଡାରେ ବୃଦ୍ଧା ମାଆ

ସୋର (ବଡ଼ ଖବର ବ୍ୟୁରୋ): ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି କେତେ ବ୍ରତ ଉପବାସ କରିଥାଏ ମା’। ପୁଅ ଟିଏ ହେଲେ ବୃଦ୍ଧ ବେଳର ସାହାରା ହେବ । ହେଲେ ଆଜିର ସ୍ୱାର୍ଥପର ସମାଜରେ ପୁଅଟିଏ ସାହାରା ହେବାତ ଦୂରର କଥା ଭଲରେ ଗଣ୍ଡେ ଖାଇବାକୁ ନଦେଇ ଘରୁ ତଡି ଦେଉଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଚହଳିମା ଗ୍ରାମରେ । ଏହି ଗ୍ରାମର ସ୍ୱର୍ଗତ ଭାଗିରଥି ସାହୁଙ୍କ ସ୍ତ୍ରୀ ମାଳତୀ ସାହୁଙ୍କ ଦୁଇ ପୁଅ ବୋହୂ ଖାଇବାକୁ ନଦେଇ ଘରୁ ତଡି ଦେଇଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି । ମାଳତୀଙ୍କ ଦୁଇ ପୁଅ ରବିନ୍ଦ୍ର ଓ ରାଜେନ୍ଦ୍ର । ମା ଆଶା କରିଥିଲେ ଦୁଇ ପୁଅ ବୃଦ୍ଧାବସ୍ଥାରେ ମା’ଙ୍କ ସାହାରା ହେବେ । ମାତ୍ର ପୁଅ ବୋହୂ ଖାଇବାକୁ ଦିଅନ୍ତି ନାହିଁ । ମାଳତୀ ପାଉଥିବା ସରକାରୀ ଭତ୍ତା ଟଙ୍କାକୁ ଧାର ଆକରରେ ମାଗି ନେଇଥିଲେ ।

ସାନ ପୁଅ ମାଳତୀ ଟଙ୍କା ମାଗିବାରୁ ଗାଳି ଗୁଲଜ କରିବା ସହ ମା ମାଳତୀକୁ ଚୂଲିରେ ରୋଷେଇ କରିବାକୁ ମଧ୍ୟ ଦେଉନଥିବା ବୃଦ୍ଧା ମା’ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଶେଷରେ ମାଆଙ୍କୁ ବୃଦ୍ଧାବସ୍ଥାରେ ଘରୁ ତଡି ଦେଇଛନ୍ତି । ବୃଦ୍ଧା ମା’ ଜଣକ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ