Masthead

ଧାମରାରୁ ସଫଳ ହେଲା ‘ଅଗ୍ନି ପ୍ରାଇମ୍’

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ପକ୍ଷରୁ ସୋମବାର ଆଉ ଏକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ‘ଅଗ୍ନି ପ୍ରାଇମ୍’ ନାମକ ଘାତକ ମିସାଇଲର ସଫଳ ପରୀକ୍ଷଣ ସହିତ DRDO କୁ ଆଉ ଏକ ସଫଳତା ମିଳିଛି । ଏହି ମିସାଇଲ ଅଗ୍ନି କ୍ଲାସ୍‌ର ନୂଆ ଜେନେରେସନର ଉନ୍ନତ ଧରଣର ମିସାଇଲ । ‘ଅଗ୍ନି ପ୍ରାଇମ୍’ ମିସାଇଲ ୧ ହଜାରରୁ ୨ ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।

ସୋମବାର ସକାଳ ୧ଟା ବେଳେ ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଥିଲା । ‘ଅଗ୍ନି ପ୍ରାଇମ୍’ ମିସାଇଲ ପରୀକ୍ଷଣ ସମୟରେ ପୂର୍ବତଟ ନିକଟରେ ଅନେକଗୁଡିଏ ଟେଲିମେଟ୍ରି ଏବଂ ରାଡାର ଲଗାଯାଇଥିଲା । ଯାହାକି ପରୀକ୍ଷଣ ସମୟରେ ମିସାଇଲ ଉପରେ ନଜର ରଖିଥିଲେ । ମିସାଇଲ ପରୀକ୍ଷଣ ଆରମ୍ଭରୁ ଏଗୁଡିକ ନଜର ରଖିଥିଲେ ।

ଏହା ପୂର୍ବରୁ ପରୀକ୍ଷଣ ହୋଇଥିବା ଅଗ୍ନି-୧ ଗୋଟିଏ ସିଙ୍ଗଲ ଷ୍ଟେଜ୍ ମିସାଇଲ ଥିଲା କିନ୍ତୁ ଅଗ୍ନି ପ୍ରାଇମ ଦୁଇ ଷ୍ଟେଜ୍ ବିଶିଷ୍ଟ ଆଡଭାନସ୍ ମିସାଇଲ । ଏହା ସହିତ ‘ଅଗ୍ନି ପ୍ରାଇମ୍’ର ଓଜର ଅଗ୍ନି-୧ ର ଓଜନ ଠାରୁ ବେଶ କମ । ୪ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଅଗ୍ନି- IV ଏବଂ ୫ ହଜାର କିଲୋମିଟର ଯାଏଁ ଭେଦ କରିପାରୁଥିବା ଅଗ୍ନି-V ଠାରୁ ‘ଅଗ୍ନି ପ୍ରାଇମ୍’ର ଓଜନ ବହୁତ କମ । ୧୯୮୯ ମସିହାରେ ଅଗ୍ନି-୧ ର ପରୀକ୍ଷଣ କରାଯାଇଥିଲା । ଏହାପରେ ୨୦୦୪ ମସିହାରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ