Masthead

ନିତ୍ୟାନନ୍ଦଙ୍କ କୈଳାସ ମାନ୍ୟତା ରଦ୍ଦ

ନୁଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଭାରତରୁ ପଳାତକ ଘୋଷିତ ସ୍ୱାମୀ ନିତ୍ୟାନନ୍ଦଙ୍କ କୈଳାସ ମାନ୍ୟତା ରଦ୍ଦ କରାଯାଇଛି । ଆମେରିକାର ନ୍ୟୁୟର୍କ ସହର କୈଳାସକୁ ସହଯୋଗୀ ସହର ଭାବେ ମାନ୍ୟତା ଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ଜାନୁଆରୀ ୧୧ରେ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହାପରେ ନିତ୍ୟାନନ୍ଦ ଘୋଷଣା କରିଥିଲେ ତାଙ୍କ ଦେଶକୁ ଆମେରିକା ମାନ୍ୟତା ଦେଇଛି । ନିତ୍ୟାନନ୍ଦ ଚତୁରତାର ସହ ଆମେରିକା ଷ୍ଟେଟସ ଅଫ କୈଳାସ ବୋଲି ଘୋଷଣା କରିଥିଲେ । ନିତ୍ୟାନନ୍ଦ ଭାରତରୁ ଫେରାର ପଳାତକ ଅପାରାଧୀ । ତାଙ୍କ ନାମରେ ଦୁଷ୍କର୍ମ ଓ ଅପହରଣ ମାମଲା ରହିଛି ।

ଏକଥା ନ୍ୟୁୟର୍କ ପ୍ରାଶସନ ଜାଣିନଥିଲା । ଜାଣିବା ପରେ ରାଜିନାମାକୁ ନେଇ ଅନୁତପ୍ତ ହୋଇଥିଲା ନ୍ୟୁୟର୍କ। ବାଧ୍ୟ ହୋଇ ଜାନୁଆରୀ ୧୮ରେ ରାଜିନାମା ରଦ୍ଦ କରିଛି ନିୟୁର୍କ । କୈଳାସକୁ ମାନ୍ୟତା ମିଳିବା ପରେ ନିତ୍ୟାନନ୍ଦଙ୍କ ଶିଷ୍ୟା ବିଜୟ ପ୍ରିୟା ଜାନୁଆରୀ ୨୪ରେ ଜାତିସଙ୍ଘର ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିଲେ । ବିଜୟ ପ୍ରିୟା ନିଜକୁ କୈଳାସ ରାଷ୍ଟ୍ରର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ୨୦୧୦ରେ ନିତ୍ୟନନ୍ଦଙ୍କ ବିରୋଧରେ ତାଙ୍କର ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ୨୦୧୯ରେ ଗୁଜୁରାଟ ପୋଲିସ ନିତ୍ୟାନନ୍ଦଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ କରିବା ପରେ କିଛି ପିଲାଙ୍କୁ ଅପହରଣ କରି ରଖାଯାଇଥିବା ଜାଣିପାରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ