ନିତ୍ୟାନନ୍ଦଙ୍କ କୈଳାସ ମାନ୍ୟତା ରଦ୍ଦ

ନୁଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଭାରତରୁ ପଳାତକ ଘୋଷିତ ସ୍ୱାମୀ ନିତ୍ୟାନନ୍ଦଙ୍କ କୈଳାସ ମାନ୍ୟତା ରଦ୍ଦ କରାଯାଇଛି । ଆମେରିକାର ନ୍ୟୁୟର୍କ ସହର କୈଳାସକୁ ସହଯୋଗୀ ସହର ଭାବେ ମାନ୍ୟତା ଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ଜାନୁଆରୀ ୧୧ରେ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହାପରେ ନିତ୍ୟାନନ୍ଦ ଘୋଷଣା କରିଥିଲେ ତାଙ୍କ ଦେଶକୁ ଆମେରିକା ମାନ୍ୟତା ଦେଇଛି । ନିତ୍ୟାନନ୍ଦ ଚତୁରତାର ସହ ଆମେରିକା ଷ୍ଟେଟସ ଅଫ କୈଳାସ ବୋଲି ଘୋଷଣା କରିଥିଲେ । ନିତ୍ୟାନନ୍ଦ ଭାରତରୁ ଫେରାର ପଳାତକ ଅପାରାଧୀ । ତାଙ୍କ ନାମରେ ଦୁଷ୍କର୍ମ ଓ ଅପହରଣ ମାମଲା ରହିଛି ।

ଏକଥା ନ୍ୟୁୟର୍କ ପ୍ରାଶସନ ଜାଣିନଥିଲା । ଜାଣିବା ପରେ ରାଜିନାମାକୁ ନେଇ ଅନୁତପ୍ତ ହୋଇଥିଲା ନ୍ୟୁୟର୍କ। ବାଧ୍ୟ ହୋଇ ଜାନୁଆରୀ ୧୮ରେ ରାଜିନାମା ରଦ୍ଦ କରିଛି ନିୟୁର୍କ । କୈଳାସକୁ ମାନ୍ୟତା ମିଳିବା ପରେ ନିତ୍ୟାନନ୍ଦଙ୍କ ଶିଷ୍ୟା ବିଜୟ ପ୍ରିୟା ଜାନୁଆରୀ ୨୪ରେ ଜାତିସଙ୍ଘର ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିଲେ । ବିଜୟ ପ୍ରିୟା ନିଜକୁ କୈଳାସ ରାଷ୍ଟ୍ରର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ୨୦୧୦ରେ ନିତ୍ୟନନ୍ଦଙ୍କ ବିରୋଧରେ ତାଙ୍କର ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ୨୦୧୯ରେ ଗୁଜୁରାଟ ପୋଲିସ ନିତ୍ୟାନନ୍ଦଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ କରିବା ପରେ କିଛି ପିଲାଙ୍କୁ ଅପହରଣ କରି ରଖାଯାଇଥିବା ଜାଣିପାରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ