Masthead

ଆଜି ‘ସୁଭଦ୍ରା’ର ପଞ୍ଚମ କିସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ‘ସୁଭଦ୍ରା’ ଯୋଜନାରେ ଆସିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ । ଦିନ ୧୨ଟାରେ ଯୋଗ୍ୟ ହିତାଧିକାରୀ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା। କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା। ଆଉ ଦିନକ ପରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ସେହିପରି ମାର୍ଚ୍ଚ ୩୧ ତାରିଖ ଯାଏ ସୁଭଦ୍ର ଆବେଦନ ପ୍ରକ୍ରିୟା ଚାଲିବ ।

ପୂର୍ବରୁ ପ୍ରଥମ କିସ୍ତିର ଚାରିଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ସୁଭଦ୍ରା ସହାୟତା ପାଇଥିଲେ । ପଞ୍ଚମ ପର୍ଯ୍ୟାୟରେ ଆଜି କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ଦିଆହେବ । ଦିନକ ପରେ ପୁଣି ସୁଭଦ୍ରାର ଦ୍ୱିତୀୟ କିସ୍ତି ପାଇବେ କୋଟିଏରୁ ଅଧିକ ମହିଳା । ଅର୍ଥାତ୍ ଆଜି ଓ ଆସନ୍ତା ଶୁକ୍ରବାର ପୁଣି ସୁଭଦ୍ରା ଟଙ୍କା ମିଳିବ । ମାତ୍ର ତିନି ଦିନରେ ମହିଳା ହିତାଧିକାରୀ ପାଇବେ ୧୦ ହଜାର ଟଙ୍କା ।

ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ଆଦୌ ମିଳିନାହିଁ କିମ୍ୱା ଆବେଦନ କରିନାହାନ୍ତି, ସେମାନେ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ଥର ମାର୍ଚ୍ଚ ୩୧ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ । ଏହି ସମୟ ଭିତରେ ଆବେଦନ କଲେ ରକ୍ଷା ବନ୍ଧନ ବେଳକୁ ଏକାଥରେ ହିତାଧିକାରୀ ପାଇବେ ସୁଭଦ୍ରାର ତିନୋଟି କିସ୍ତି । ଅନ୍ୟପଟେ ମାର୍ଚ୍ଚ ୩୧ ପରେ ସୁଭଦ୍ରା ଆବେଦନ ବନ୍ଦ ହେବ ଓ ସରକାର ଘରକୁ ଘର ବୁଲି ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ କରିବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି