Masthead

ହତ୍ୟା ଅଭିଯୋଗ ପରେ ବଦଳିଲେ ଜିଲ୍ଲାପାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ଶବ ସତୀଗୁଡ଼ା ଡ୍ୟାମର ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା । ଦେବନାରାୟଣଙ୍କୁ ହତ୍ୟା କରାଯାଇଛି, ସେ ଆତ୍ମହତ୍ୟା କରିନାହାନ୍ତ ବୋଲି ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହାତବାନ୍ଧି ବସିଯାଇଥିଲା । ପୋଲିସର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବନଜା କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ୩ କର୍ମଚାରୀ ଭି.ବେଣୁ ରାଓ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଭବବାନ ପାଣିଗ୍ରାହୀଙ୍କ ନାମରେ ଧାରା ୩୦୨, ୨୦୧, ୨୦୪, ୫୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ।
ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । ଆଜି ମନିଷ ଅଗ୍ରୱାଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ୱାଇ ବିଜୟଙ୍କୁ ଅବସ୍ଥାପିତ କରାଯାଇଛି । ମନିଷ ଅଗ୍ରୱାଲଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ