Masthead

୧୬ରୁ ସ୍କୁଲ ଯିବା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅନଲକ୍ -୫ ପରେ ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ଅନଲକ୍ -୬ର ଗାଇଡ୍ ଲାଇନ୍ ଘୋଷଣା କରିଛନ୍ତି । ଅନଲକ୍ -୬ରେ ସିନେମା ହଲ ସୁଇମିଂପୁଲ୍ ଓ ଥିଏଟର ବନ୍ଦ ରହିବ । ନଭେମ୍ବର ୧୫ ଯାଏ ବନ୍ଦ ରହିବ ବୋଲି ଗାଇଡ୍ ଲାଇନରେ କୁହାଯାଇଛି । ସେହିଭଳି ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ଲୋକଗହଳିକୁ ନେଇ ରାଜ୍ୟ ସରକାର ଲଗାଇଥିବା କଟକଣାକୁ କିଛିଟା କୋହଳ କରାଯାଇଛି । ଏବେ ବାହାଘର ଓ ସେହିଭଳି କିଛି ଉତ୍ସବ ପାଇଁ ସର୍ବାଧିକ ୨ଶହ ଲୋକ ଠୁଳ ହୋଇପାରିବେ ବୋଲି ସରକାର ଅନଲକ୍-୬ ଗାଇଡ୍ ଲାଇନରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଅନଲକ୍ -୬ ଗାଇଡ୍ ଲାଇନରେ ଯେଉଁ ସବୁ କଟକଣା ଉପରେ କୋହଳ ମନୋଭାବ ପୋଷଣ କରିଛନ୍ତି ତାହା କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ ।

ସରକାର ଏବେ ସ୍କୁଲ ଖୋଲିବା ପାଇଁ କିଛି ମାତ୍ରରେ ଚେଷ୍ଟା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୬ ତାରିଖଠାରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏ ପିଲା ସ୍କୁଲ ଯାଇପାରିବେ । ଏହି ସବୁ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଦରକାର । ଅନ୍ୟପଟେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ଶିକ୍ଷାନୁଷ୍ଟାନ ବନ୍ଦ ରହିବ ବୋଲି ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି । ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ।

ସେହିଭଳି ଅନ୍ତିମ ସଂସ୍କାର ବେଳେ ୫୦ ଜଣ ଲୋକ ଠୁଳ ହୋଇପାରିବେ ବୋଲି କୁହାଯାଇଛି । ବିମାନ ଚଳାଚଳ ଉପରେ କିନ୍ତୁ ଅନଲକ୍ -୬ରେ କଟକଣା ଜାରି ହୋଇଛି । ନଭେମ୍ବର ୩୦ ଯାଏ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳ ଚଳ ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ମନ୍ତ୍ରାଳୟର ଅନୁମତି ନେଇ ବିମାନ ଚଳାଚଳ କରିପାରିବ । ସେହିଭଳି ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ କିମ୍ବା ମ୍ୟୁନିସପାଲିଟ୍ ପକ୍ଷରୁ ନୂତନ ଅବରୋଧ ଅଞ୍ଚଳ ଚିହ୍ନଟ ହୋଇପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ