Masthead

କର୍ଣ୍ଣାଟକରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ବେଲାଗାଭିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଯେଉଁ ସଭାରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଆମେ ସମସ୍ତେ ଛତ୍ରପତି ଶିବାଜୀ ମହାରାଜଙ୍କୁ ବିଶ୍ବାସ କରୁଥିବା ଲୋକ । ଛତ୍ରପତି ମହାରାଜା ହେଉଛନ୍ତି ଜଣେ ଏଭଳି ବେକ୍ତିତ୍ୱ ଯିଏକି ଶକ୍ତିଶାଳୀ ଭାରତ ଗଠନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ । ଭାରତ ଦଶ ବର୍ଷ ମଧ୍ୟରେ ବହୁ ଶକ୍ତିଶାଳୀ ହୋଇଛି । କିନ୍ତୁ ତାଙ୍କୁ ଛତ୍ରପତି ଶିବାଜୀ ମହାରାଜ, ରାଣୀ ଚିନ୍ନମାଙ୍କ ଭଳି ଶାସକଙ୍କ ସୁଶାସନ କଥା କଂଗ୍ରେସର ମନେ ନାହିଁ ।

ସେମାନଙ୍କ ଅବଦାନ ବିଷୟରେ କଂଗ୍ରେସ ଶେହଜାଦା କହିପାରୁନାହାନ୍ତି । ନବାବ, ନିଜାମ, ସୁଲତାନ, ଏବଂ ବାଦଶାହ କିପରି ଭାରତୀୟଙ୍କୁ ଅତ୍ୟାଚାର କରିଥିଲେ, ଔରଙ୍ଗଜେବ ହିନ୍ଦୁ ମନ୍ଦିର ଲୁଣ୍ଠନ କରିଥିଲେ ସେକଥା କଂଗ୍ରେସ ମନେ ରଖିନାହିଁ । ସେ ଅତ୍ୟାଚାର ବାବଦରେ କଂଗ୍ରେସ ମୁହଁ ଖୋଲିପାରୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି। ସେ ଆହୁରି କହିଛନ୍ତି, ଏପରି କହି କଂଗ୍ରେସ ଶେହଜାଦା ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ