Masthead

୨-ଚକିଆରେ ମିରର ବାଧ୍ୟତାମୂଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨ଚକିଆ ବାହାନକୁ ନେଇ ସରକାର ଏଯାବତ୍ ଅନେକ ନୀତି ପ୍ରଣୟନ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶାରେ ଡବଲ-ହେଲମେଟ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବାଇକ ଆରୋହୀଙ୍କ ପାଇଁ ଏକ ନୂଆ ନିୟମ ସରକାର ତିଆରି କରିଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥାକୁ ଧ୍ୟାନ ଦେଇ ମଝିରେ ଅଡ-ଇଭେନ ନମ୍ବର ଗାଡି ଯିବା ଆସିବା କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏବେ ଗାଡିର ମିରରକୁ ନେଇ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଯଦି ଆପଣ ୨-ଚକିଆ ବାହାନ ଚଳାଉଛନ୍ତି ଏବଂ ସାଇଡରେ ମିରର ନାହିଁ ଅବା କାରର ପଛ ସିଟରେ ବସୁଛନ୍ତି ଏବଂ ସିଟ ବେଲ୍ଟ ବାନ୍ଧୁ ନାହାନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ। ଏଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଜରିମାନା ରୂପେ ବାଇକରେ ମିରର ନଥିଲେ ୫୦୦ଟଙ୍କା ଓ ସିଟ ବେଲ୍ଟ ନଲଗାଇଲେ ୧୦୦୦ଟଙ୍କା ଚାଲାଣ କଟାଯିବ। କାରଣ ଗାଡିର ମିରରକୁ ସମସ୍ତେ ପ୍ରାୟ ହେୟ ମନେ କରିଥାନ୍ତି ।

ସେହିପରି କାରର ପଛ ସିଟରେ ବସିଥିବା ଲୋକ ସିଟ ବେଲ୍ଟ ପ୍ରତି ମଧ୍ୟ ଅବହେଳା ପ୍ରଦର୍ଶନ କରୁଛନ୍ତି, ଯଦ୍ୱାରା ଏମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଏହି ନିୟମ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ