Masthead

ରବି ଜେନାଙ୍କୁ ନେଇ ନୂଆ ଟୁଇଷ୍ଟ, ଇସ୍ତଫା ଦେଇଛନ୍ତି ନା ନାହିଁ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କନଫ୍ୟୁଜନରେ ବାଲେଶ୍ୱର ବିଜେଡି ଜେନା ପରିବାର । ଦଳର ଜିଲ୍ଲା ସଭାପତି ପଦରୁ ରବୀନ୍ଦ୍ର ଜେନା ଇସ୍ତଫା ଦେଇଛନ୍ତି କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ହଟୁନି । ଦୁଇ ଦିନ ତଳେ ଖବର ଆସିଲା ରବି ଜେନା ସଭାପତି ପଦ ଛାଡ଼ି ଦେଇଛନ୍ତି । ହେଲେ କାହିଁକି ଛାଡ଼ିଛନ୍ତି ତା’ର କାରଣ କହିନାହାନ୍ତି । ଆଜି କିନ୍ତୁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ତାଙ୍କ ପାଖରେ ଏମିତି କିଛି ଖବର ନାହିଁ । ଚର୍ଚ୍ଚା ତ ଏଇୟା ବି ହେଉଥିଲା ରବିଙ୍କ ସ୍ଥାନ ନେବେ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ହେଲେ ଏ ପ୍ରସଙ୍ଗରେ ନା ରବି ମୁହଁ ଖୋଲିଛନ୍ତି ନା ଅଶ୍ୱିନୀ । ଯେତେବେଳେ ବାଲେଶ୍ୱର ବିଜେଡିରେ କିଛି ଠିକ ଚାଲି ନଥିବା ଖବର ଗଣମାଧ୍ୟମକୁ ଆସିଛି, କଥା ମ୍ୟାନେଜ କରିବାକୁ ଅବଜରଭର ପ୍ରତାପ ଦେବ ଚେଷ୍ଟା କରିଛନ୍ତି |

୧୪ରେ ଜିତିଥିଲେ ରବୀନ୍ଦ୍ର । ୧୯ରେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ହାରିଗଲେ । ପୁଣି ୨୪ରେ ଲଢିବାକୁ ସଜ ହେଉଛନ୍ତି ରବି । ଜିଲ୍ଲା ସଙ୍ଗଠନର ସବୁ କଥା ବି ବୁଝୁଥିଲେ । ଏପରିକି ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭାରୁ ବିଜେଡି ପ୍ରାର୍ଥିନୀ କରିବାକୁ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଥିଲା । ସବୁ ଠିକ୍ ଥିଲା, ଅଚାନକ୍ ବିଜେଡି ଓ ରବିଙ୍କ ଭିତରେ ଗଣିତ କ’ଣ ହେଲା କେଜାଣି, ଇସ୍ତଫା ଖବର ଆସିଗଲା । ଶେଷରେ ରବି ଇସ୍ତଫା ଦେବେ ନା ପଦ ବଜାୟ ରଖିବେ ତାହା ସ୍ପଷ୍ଟ ହୋଇନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ