Masthead

ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ରାସ୍ତା କଡ଼ରୁ ନବଜାତ ଉଦ୍ଧାର ହେଲା ଶିଶୁକନ୍ୟା । ଉଦ୍ଧାର ପରେ ଧାମରା ମେଡିକାଲରେ ଭର୍ତ୍ତି ପରେ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ । ଶିଶୁ କନ୍ୟା କିଏ ଛାଡି ଚାଲି ଯାଇଛି ତାହା ଜଣା ପଡ଼ିନାହିଁ । ମା ଧାମରାଇଙ୍କ ପବିତ୍ର ମକର ସଂକ୍ରାନ୍ତି ପର୍ବ ପାଇଁ ନାହିଁ ନ ଥିବା ଭିଡ଼ ଥିବାବେଳେ ଏହାର ସୁବିଧା ନେଇ କେହି ନିଜ ପାପ ଲୁଚାଇ ବାକୁ ହେଉ କିମ୍ବା ଝିଅ ଜନ୍ମ ହୋଇଥିବା ନେଇ ଛାଡ଼ି ଦେଇଥିବା ସାଧାରଣରେ ଚର୍ଚ୍ଚାରେ ହେଉଛି ।

ଧାମରା ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟାକୁ ଛାଡି ପଳାଇ ଯାଇଥିବା ଜଣାପଡ଼ିଛି । ସୋମବାର ରାତ୍ରି ୧୧ଟାରେ ରାସ୍ତା କଡ଼ରୁ ଏହି ନବଜାତ ଶିଶୁ କନ୍ୟାକୁ ଉଦ୍ଧର କରି ଆମ୍ବୁଲାନ୍ସ ଯୋଗେ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକେ ଆଣିଥିଲେ । ତେବେ ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଥିବା ବେଳେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ