Masthead

ଦଶମ ଦିନରେ ପହଂଚିଲା କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର କୃଷି ଆଇନ ବିରୁଦ୍ଧରେ ଜାରି ରହିଥିବା କୃଷକ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଆଜି କୃଷକ ଏବଂ ସରକାରଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଅଛନ୍ତି । ଆଜି ଅପରାହ୍ନ ୨ଟାରେ କୃଷକମାନଙ୍କ ସହ ଆଲୋଚନା ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି । ଅନ୍ୟପଟେ କିସାନ ମହାପଞ୍ଚାୟତ ନେତା ରାମପାଲ ଜଟ କହିଛନ୍ତି ଯେ, ସରକାର ଏହି ତିନୋଟି କଳା ଆଇନ ପ୍ରତ୍ୟାହାର ଘୋଷଣା କରିବା ଉଚିତ । ଏମଏସପି ଜାରି ରହିବ ବୋଲି ଲିଖିତ ଆକାରରେ ଜଣାଇବା ଉଚିତ ।

ଯଦି ଆଜିର ଆଲୋଚନା କୌଣସି ସକରାତ୍ମକ ଫଳାଫଳ ନଦିଏ , ତେବେ ରାଜସ୍ଥାନର କୃଷକମାନେ ଏନ-ଏଚ-୮ ସହିତ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବେ ଏବଂ ଜନ୍ତରମନ୍ତର ମଇଦାନ ଛାଉଣି କରିବେ । ଅନ୍ୟପଟେ କୃଷକ ସଂଗଠନ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାସହିତ କୃଷକଙ୍କ କହିବା ଅନୁଯାୟୀ, ଯଦି ଆଜି ସରକାରଙ୍କ ସହ ଆଲୋଚନାରେ କୌଣସି ଫଳାଫଳ ମିଳେନାହିଁ ତେବେ ସେ ସଂସଦକୁ ଘେରି ରହିବେ । ଦିଲ୍ଲୀ ସୀମାରେ ଥିବା କୃଷକମାନେ ଗତ ୯ ଦିନ ଧରି କୃଷି ନିୟମକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସମସ୍ତ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ସହ ଦୁଇ ଥର ଆଲୋଚନା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ ଫଳାଫଳ ପ୍ରକାଶ କରାଯାଇନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ