Masthead

ଖସୁଛି ପାରଦ, ବଢୁଛି ଥଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଖସିଛି ପାରଦ । ବଢ଼ିଛି ଥଣ୍ଡା । ଆଗାମୀ ଦୁଇ ଦିନ ପୂର୍ବରୁ ଥଣ୍ଡା କମିବାର ନାହିଁ । ୨୧ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ଥିବାବେଳେ ଜି.ଉଦୟଗିରି ୮.୭ ଡିଗ୍ରୀକୁ ଖସି ଆସିଛି । ସ୍ୱାଭାବିକଠାରୁ ୩ରୁ ସାଢ଼େ ୬ ଡିଗ୍ରୀ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରା କମିଛି ।ବୁଧବାର ଭୋରବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ହାଲୁକା ଥଣ୍ଡା ଅନୁଭୂତ ହୋଇଥିଲା ସକାଳେ ।

ଦାରିଙ୍ଗିବାଡ଼ି ଓ ଜି.ଉଦୟଗିରି ପଛକୁ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ରାଉରକେଲା ୧୦.୫, ଝାରସୁଗୁଡ଼ା ୧୦.୬, ସମ୍ବଲପୁରର ଚିପିଲିମା ୧୦.୯, ସୁନ୍ଦରଗଡ଼ର କିରେଇ ୧୧.୩, କେନ୍ଦୁଝର ୧୨.୪, ଅନୁଗୁଳ ୧୨.୬, ସୁନ୍ଦରଗଡ଼ ୧୨.୬, କୋରାପୁଟ ୧୩.୨, ସେମିଳିଗୁଡ଼ା ୧୩.୨, ବଲାଙ୍ଗିର ୧୩.୩, ଭବାନୀପାଟଣା ୧୩.୫, ଢେଙ୍କାନାଳ ୧୩.୫, ସୋନପୁର ୧୪.୧, ସମ୍ବଲପୁର ୧୪.୨, ହୀରାକୁଦ ୧୪.୮, ଯାଜପୁର ୧୪.୬, ମହିଷାପାଟ ୧୪.୬, କଟକ ୧୫.୨, ଭୁବନେଶ୍ୱର ୧୫.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

ଝାରସୁଗୁଡ଼ା ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ସାଢ଼େ ୬ ଡିଗ୍ରୀ କମିଛି । ଅନୁଗୁଳର ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୨ ଡିଗ୍ରୀ, ଭୁବନେଶ୍ୱର ୩.୯, ଟିଟିଲାଗଡ଼ ୩.୭, କଟକ ୩.୫, କେନ୍ଦୁଝର ୩.୩ ଡିଗ୍ରୀ କମ୍ ଅଛି ।ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏଭଳି ଥଣ୍ଡା ଆହୁରି ୩ ଦିନ ରହିବ । ତା’ପରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଅଛି । ମଙ୍ଗଳବାର ବିଳମ୍ବିତ ରାତିରୁ ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ପବନ ବହିବା ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି