Masthead

ନିରଞ୍ଜନଙ୍କୁ ତାରାଙ୍କ ତେରଛା ବାଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅନିଚ୍ଛା ସତ୍ୱେ ମଞ୍ଚକୁ ଗଲେ । ପିସିସି ସଭାପତିଙ୍କ ଉପରେ ବର୍ଷିଲେ । ଖାଲି ପିସିସି ସଭାପତି ନୁହଁନ୍ତି ଦଳର ଅନ୍ୟ ନେତାଙ୍କୁବି ତେରଛା ବାଣ ମାରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତୀ । ତାରାଙ୍କ ତେରଛା ବାଣକୁ ନେଇ କଂଗ୍ରେସରେ କମ୍ପନ । ଦଳରେ କିଛି ଠିକ ଚାଲିନି ବୋଲି ଜଳଜଳ ଦେଖା ଯାଉଛି । ଅବସର ଥିଲା ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ । ମଞ୍ଚରେ ଥିଲେ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ ବିଧାୟକ । ସମସ୍ତଙ୍କ ଭାଷଣ ପରେ ଆରମ୍ଭ ହୋଇଥିଲା ସଭ୍ୟ ସଂଗ୍ରହ ଅଭିଯାନ । ପ୍ରଭାରି ଓ ପିସିସି ସଭାପତିଙ୍କ ଉପସ୍ଥିତରେ ଅନେକ ନେତା ଓ କର୍ମୀ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଶେଷରେ ମଞ୍ଚରୁ ଓହ୍ଲଇ ଥିଲେ ବିଧାୟକ ମହମ୍ମଦ ମୋକିମ ଓ ତାରା ପ୍ରସାଦ ବାହୀନିପତୀ । ସେମାଙ୍କ ଭାଷଣ ସରିନଥିବାରୁ ପିସିସି ସଭାପତି ତାଙ୍କୁ ପୁଣି ମଞ୍ଚକୁ ଡାକିଥିଲେ ।

ଖାଲି ନିରଞ୍ଜନ ନୁହଁନ୍ତି ପ୍ରଭାରି ଚେଲ୍ଲା କୁମାର ମଧ୍ୟ ଉଭୟଙ୍କୁ ଡକାଇଥିଲେ । ଶେଷରେ ତାରା ମଞ୍ଚ ଉପରକୁ ଆସି ନଜିର ବକ୍ତବ୍ୟ ରଖିଥିଲେ । କିନ୍ତୁ ଶେଷରେ ପିସିସି ବିଧାୟକମାନଙ୍କୁ ଅଣଦେଖା ନକରୁ କହି ନିରଞ୍ଜନଙ୍କୁ ତେରଛା ବାଣ ମଧ୍ୟ ମାରିଥିଲେ । ଯାହାକୁ କାଉଣ୍ଟର କରିଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ତାରାଙ୍କ ବୟାନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ପୁର୍ବରୁ ତାରା ପିସିସି ସଭାପତି ଓ ସପ୍ତଗିରିଙ୍କୁ ଟାର୍ଗେଟ କରିଥିଲେ । ଖାଲି ସେତିକି ନୁହେଁ, ସିଧାସିଧା କହିଥିଲେ ନିରଞ୍ଜନ ପିସିସି ସଭାପତି ପାଇଁ ଯୋଗ୍ୟ ନୁହଁନ୍ତି । ସେତେବେଳେ ତାରାଙ୍କ ଏହି ବୟାନକୁ ନେଇ କଂଗ୍ରେସରେ କମ୍ପନ ଦେଖାଇଦେଇଥିଲା । ତାରାଙ୍କ ସମର୍ଥନରେ ବହୁ ନେତା ବାହାରିଥିଲେ ମଧ୍ୟ ।

କିନ୍ତୁ ପ୍ରଭାରୀ ଚେଲ୍ଲା କୁମାରଙ୍କ ହସ୍ତକ୍ଷେପ ପରେ ଏହି ବିବାଦ କ୍ରମଶଃ ଥମିଥିଲା । କିନ୍ତୁ ତାରାଙ୍କ ଆଜିର ବୟାନ କଂଗ୍ରେସ ରାଜନିତିକୁ ପୁଣି ସରଗରମ କରିଦେଇଛି । ତାରା ଆହୁରୀ ମଧ୍ୟ କହିଛନ୍ତି କି ସେ ପସିସି ପାଇଁ ଯୋଗ୍ୟ ବ୍ୟକ୍ତି , କିନ୍ତୁ ପିସିସି ସଭାପତି ପଦ ସେ କେବେ ମାଗିବେନି କି ତାଙ୍କୁ ଦେଲେ ଛାଡିବେନି । ରାଜ୍ୟରେ ବେହାଲ ହୋଇପଡିଥିବା ସ୍ଥିତି ସୁଦୃଢ ପାଇଁ କଂଗ୍ରେସ କରୁଛି ପ୍ରୟାସ । ଏଥିପାଇଁ ଦଳ ମେମ୍ବରସିପି ଡ୍ରାଇଭ ମଧ୍ୟ ଆରମ୍ଭ କରିଛି । କିନ୍ତୁ ସେଠି ମଧ୍ୟ ଦେଖାଦେଇଛି ବିବାଦ । କଥାରେ କଥାରେ ନିରଞ୍ଜନଙ୍କୁ ପୁଣି ଟାର୍ଗେଟ କରିଛନ୍ତି ତାରା । ତେବେ ଆଗକୁ ଏହି ବିବାଦ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧