Masthead

ଏକଜିଟ୍ ପୋଲକୁ ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନଭେମ୍ବର ୩ ତାରିଖରେ ବିହାର ବିଧାନସଭା ନିର୍ବାଚନ ସମେତ ଦେଶର ୧୧ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଏହାରି ଭିତରେ ନିର୍ବାଚନ ଆୟୋଗ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇଛନ୍ତି । କେଉଁ ପ୍ରାର୍ଥୀ ଜିତିବେ, କେତେ ଭୋଟରେ ଜିତିବେ, କେଉଁ ଅଞ୍ଚଳରୁ କେତେ ଭୋଟ ପାଇବେ ଇତ୍ୟାଦି ନିର୍ବାଚନ ସମ୍ପର୍କିତ ଟିକନିକ୍ ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ଏହାକୁ ଏକଜିଟ୍ ପୋଲ୍ କୁହାଯାଉଥିଲା । ଏହାଦ୍ୱାରା ଭୋଟରମାନେ ପ୍ରଭାବିତ ହେବାର ଆଶଙ୍କା ଥିବା ନିର୍ବାଚନ କମିଶନ ଅନୁଭବ କରିଛନ୍ତି । ଭୋଟରଙ୍କୁ ପ୍ରଭାବିତ କଲା ଭଳି କୌଣସି ସମ୍ବାଦ ପରିବେଷଣ ଉପରେ ମଧ୍ୟ କମିଶନ ରୋକ ଲଗାଇଛନ୍ତି । ଭୋଟ ଗ୍ରହଣ ଶେଷ ହେଲେ ଏକଜିଟ୍ ପୋଲ କରାଯାଇ ପାରିବ ବୋଲି କୁହାଯାଇଛି ।

ବିହାର ସମେତ ଛତିଶଗଡ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ନାଗାଲାଣ୍ଡ, ଓଡି଼ଶା, ତେଲେଙ୍ଗାଲା ଓ ଉତ୍ତପ୍ରଦେଶର କିଛି ସ୍ଥାନରେ ବିଧାନସଭା ଉପ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ