Masthead

ମିଳୁନି ସରକାରୀ ସହାୟତା, ଅସହାୟ ଘେରରେ ବୃଦ୍ଧ ଦମ୍ପତ୍ତି

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ନିଜକୁ ବିକାଶର ବିନ୍ଧାଣି କହୁଥିବା ବିଧାୟକ ଡା ବ୍ୟମୋକେଶ ରାଏ ନିର୍ବାଚନ ମଣ୍ଡଳିରେ ନଗଡା ପରି ବିକଳ ଚିତ୍ର ଦେଖିବାକୁ ମିଳିଛି । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ସେରପୁର ଗାଁରେ । ସୁମିତ୍ରା ମହାଳିକ ବୟସ-୮୦ପାର ହେଲାଣି । ଚର୍ମ ସବୁକୁଞ୍ଚା ହେବାକୁ ବସିଲାଣି ।

ଖାଦ୍ୟ ଅଭାବରୁ ଦେହର ଶକ୍ତି ଦୁର୍ବଳ ହେବାକୁ ବସିଲାଣି। ଓଳିଏ ଖାଇଲେ ଆର ଓଳି ଉପବାସ ଠିକ ସେ କଥାହେବା ତାଙ୍କ ପାଇଁ ଅସମ୍ବବ । ସେହିପରି ସ୍ୱାମୀ-ନରହରି ବୟସ-୮୩ପାର ହେବାକୁ ବସିଲାଣି । ସେ ମଧ୍ୟ ବିଛଣାରେ ଶୋଇ ଖାଦ୍ୟ ଏବଂ ଚିକିତ୍ସା ନପାଇ ମରଣକୁ ଅପେକ୍ଷା କରିଛନ୍ତି । ଘରେ ରୋଜଗାର କ୍ଷମ କହିଲେ ଏକମାତ୍ର ପୁଅ ଶ୍ରୀନାଥ ସେ ଜଣେ ଦିନ ମଜୁରିଆ । ପ୍ରତ୍ୟେକ ଦିନ ପରର ମୁଲଲାଗି ଯାହା କିଛି ଆଣେ ସେଥିରେ ଘରେଥିବା ସ୍ତ୍ରୀ ଏବଂ ଭଉଣୀ ମୁଁହରେ ଆହାର ଦେବା ସହିତ ବାପା ମାକୁ ଆହାର ଯୋଗାଇ ଥାଏ ।

ବିଛଣାରେ ପଡିଥିବା ମା ଏବଂ ବାପାଙ୍କ ପାଇଁ ଔଷଧ କିଣିବା ପାଇଁ ସେ ଅସମର୍ଥ । ଏହି ପରିବାରକୁ ସରକାରୀ ସୁବିଧା କହିଲେ କେବଳ ଚାଉଳ ୫କେଜିରେ ସିମୀତ । ଘରର ଅବସ୍ଥା ନକହିବା ଭଲ । ଦିନରେ ଖରା ରାତିରେ ତାରା ଘରେ ଲୁଚକାଳି ଖେଳନ୍ତି । ଘର ଖଣ୍ଡିଏ ପାଇଁ ଅନେକ ନେତା ଅଫିସର ମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନାହାନ୍ତି। ସରକାର ବାର୍ଦ୍ଧକ୍ୟ ଭତ୍ତାରୁ ଏମାନଙ୍କୁ ମଧ୍ୟ ବଞ୍ଚିତ କରାଯାଇଛି ।

ନେତାମାନେ ଭୋଟ ସମୟ ଆସିଲେ ଏହି ପରିବାର ଉପରେ ପ୍ରତିଶୃତିର ପାହାଡ ଲଦି ନିର୍ବାଚନ ବୈତରାଣୀ ପାର ହେବାପରେ ଏମାନଙ୍କ କଥା ମନରୁ ଭୂଲି ଯାଆନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେଵାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ ଆମେ ଚାନ୍ଦବାଲି ବିଡିଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ବବ ହୋଇ ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !