Masthead

ସାହାଯ୍ୟ ଅପେକ୍ଷାରେ ପ୍ରମୋଦ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ପାରାଲିସସରେ ପ୍ରମୋଦ । ନା ଅଛି ଚିକିତ୍ସା କରିବାକୁ ସେ ସକ୍ଷମ ନା ଅଛି ପରିବାର ଚଳାଇବାକୁ ସମ୍ବଳ। ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହୋଇଗଲେଣି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉନି ପରିବର୍ତ୍ତନ। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଆମ୍ଭେରି ପଞ୍ଚାୟତ କେସଡ଼ା ଗ୍ରାମର ପ୍ରମୋଦ ମଲ୍ଲିକଙ୍କ କଥା। ବୟସ ତାଙ୍କର ୪୫ ହେବ। ସେ ମଜୁରି ଲାଗି ପରିବାର ଚଳାନ୍ତି। ଶଯ୍ୟାସାୟୀ ମା’, ଝିଅ ଓ ପୁଅଙ୍କ ନେଇ ତାଙ୍କ ଅଭାବୀ ସଂସାର। ତିନିବର୍ଷ ତଳେ ପ୍ରମୋଦ ପାରାଲିସସରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲ ଓ ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ହୋଇ ନ ଥିଲା। ଚିକିତ୍ସାରେ ପ୍ରମୋଦଙ୍କ ସବୁ ଅର୍ଥ ଖର୍ଚ୍ଚ ହୋଇଗଲା। ଏବେ ପରିବାର ସଦସ୍ୟଙ୍କ ମୁହଁରେ ଦାନା ମୁଠାଏ ଦେବାପାଇଁ ସେ ଅକ୍ଷମ।

ପରିବାରର ୫ ସଦସ୍ୟଙ୍କ ପେଟକୁ ଦାନା ଦେବା ପାଇଁ ପ୍ରମୋଦଙ୍କ ସ୍ତ୍ରୀ କାବେରୀ ଶେଷରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ୧୨ବର୍ଷର ଝିଅ ଭଲ ପାଠପଢୁଥିଲେ ମଧ୍ୟ ଅର୍ଥାଭାବରୁ ପାଠପଢ଼ାରେ ଡୋରି ବନ୍ଧା ହେବ ବୋଲି କାବେରୀ କହିଛନ୍ତି। ଘରଡିହକୁ ଛାଡ଼ିଦେଲେ ଚାଷଜମି ଗୁଣ୍ଠେ ବି ନାହିଁ। ପ୍ରମୋଦଙ୍କ ମା’ ରାଧାରାଣୀ ପାଉଥିବା ୫୦୦ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ଏହି ଗରିବ ପରିବାରର ଏକମାତ୍ର ଭରସା। ପ୍ରମୋଦ ଓ ତାଙ୍କ ମା’ ରାଧାରାଣୀ ଭିନ୍ନ ଭିନ୍ନ ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପରିବାର ପାଇଁ କାବେରୀ ଦାନା ସଂଗ୍ରହ କରିବେ ନା ସ୍ୱାମୀ ଓ ଶାଶୁଙ୍କ ସେବା କରିବେ ଦୋଛକିରେ ପଡ଼ିଯାଇଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ନମିଳିଲେ ସମୂହ ଆତ୍ମାହୁତି ଦେବେ ବୋଲି ପ୍ରମୋଦ ଓ କାବେରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼