Masthead

ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ

ବାରିପଦା(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ବାରିପଦାସ୍ଥିତ ଭୁଗୁଡ଼ାକଟାରେ ଶ୍ରୀରାମ ମନ୍ଦିର ନିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ସେଠାରେ ସେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୯ଦଫା ଦାବି ନେଇ ଧାରଣା ଦେଇଥିଲେ ଚିପଟ ବସ୍ତିଆ ଅଞ୍ଚଳର ମହିଳାମାନେ । ସେମାନଙ୍କ ସହ ଆଲୋଚନା ପାଇଁ ସାଂସଦ ଧାରଣାସ୍ଥଳକୁ ଯାଇଥିଲେ । କାର୍ତ୍ତିକ ପଞ୍ଚକ ଚାଲିଥିବାରୁ ମହିଳାମାନେ ମୁରୂଜରେ ତିନିଠାକୁରଙ୍କ ଚିତ୍ର ଆଙ୍କିଥିଲେ । ମାତ୍ର ଅପରାଜିତା ତିନିଠାକୁରଙ୍କ ଚିତ୍ରକୁ ପାଦରେ ମାଡ଼ି ଚାଲିଯାଇଥିଲେ । ନିଜ ଭୁଲ ଜାଣିବା ପରେ ମଧ୍ୟ ସେ ମୁଣ୍ଡିଆ ମାରିନଥିଲେ କି ନମସ୍କାର ମଧ୍ୟ କରିନଥିଲେ । ସାଂସଦଙ୍କ ଏଭଳି କାର୍ଯ୍ୟ ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଥିଲା । ସେମାନଙ୍କ ଧର୍ମୀୟ ଭାବନାକୁ ସାଂସଦ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ସାଂସଦ ଅପରାଜିତା କୋଭିଡ କଟକଣା ଉଳ୍ଲଘଂନ କରି ବହୁ ସମର୍ଥକମାନଙ୍କ ସହ ଧାରଣାସ୍ଥଳକୁ ଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏ ସମ୍ପର୍କରେ ଜାଗ ମୟୂରଭଞ୍ଜ ଜାଗ ସଂଗଠନ ପକ୍ଷରୁ ଅରୁଣ ବେହେରା ବାରିପଦା ଟାଉନ ଥାନାରେ ଲଇଖିତ ଅଭିଯୋଗ କରିଛନ୍ତି । ପୋଲିସ ୮୪୬/୨୦ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶ୍ରୀ ଜଗନ୍ନାଥ ସେବକ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି ସାଂସଦ କ୍ଷମା ନମାଗିଲେ ସଂଘ ପକ୍ଷରୁ ଆନ୍ଦୋଳନ ଜୋରଦାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ