Masthead

ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ

ବାରିପଦା(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ବାରିପଦାସ୍ଥିତ ଭୁଗୁଡ଼ାକଟାରେ ଶ୍ରୀରାମ ମନ୍ଦିର ନିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ସେଠାରେ ସେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୯ଦଫା ଦାବି ନେଇ ଧାରଣା ଦେଇଥିଲେ ଚିପଟ ବସ୍ତିଆ ଅଞ୍ଚଳର ମହିଳାମାନେ । ସେମାନଙ୍କ ସହ ଆଲୋଚନା ପାଇଁ ସାଂସଦ ଧାରଣାସ୍ଥଳକୁ ଯାଇଥିଲେ । କାର୍ତ୍ତିକ ପଞ୍ଚକ ଚାଲିଥିବାରୁ ମହିଳାମାନେ ମୁରୂଜରେ ତିନିଠାକୁରଙ୍କ ଚିତ୍ର ଆଙ୍କିଥିଲେ । ମାତ୍ର ଅପରାଜିତା ତିନିଠାକୁରଙ୍କ ଚିତ୍ରକୁ ପାଦରେ ମାଡ଼ି ଚାଲିଯାଇଥିଲେ । ନିଜ ଭୁଲ ଜାଣିବା ପରେ ମଧ୍ୟ ସେ ମୁଣ୍ଡିଆ ମାରିନଥିଲେ କି ନମସ୍କାର ମଧ୍ୟ କରିନଥିଲେ । ସାଂସଦଙ୍କ ଏଭଳି କାର୍ଯ୍ୟ ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଥିଲା । ସେମାନଙ୍କ ଧର୍ମୀୟ ଭାବନାକୁ ସାଂସଦ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ସାଂସଦ ଅପରାଜିତା କୋଭିଡ କଟକଣା ଉଳ୍ଲଘଂନ କରି ବହୁ ସମର୍ଥକମାନଙ୍କ ସହ ଧାରଣାସ୍ଥଳକୁ ଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏ ସମ୍ପର୍କରେ ଜାଗ ମୟୂରଭଞ୍ଜ ଜାଗ ସଂଗଠନ ପକ୍ଷରୁ ଅରୁଣ ବେହେରା ବାରିପଦା ଟାଉନ ଥାନାରେ ଲଇଖିତ ଅଭିଯୋଗ କରିଛନ୍ତି । ପୋଲିସ ୮୪୬/୨୦ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶ୍ରୀ ଜଗନ୍ନାଥ ସେବକ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି ସାଂସଦ କ୍ଷମା ନମାଗିଲେ ସଂଘ ପକ୍ଷରୁ ଆନ୍ଦୋଳନ ଜୋରଦାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ