Masthead

କେନ୍ଦ୍ରରୁ ମିଳୁନି ଗ୍ରୀନ ସିଗ୍ନାଲ, ରାଜଭବନ ଯାଇଛି ପ୍ରୋପୋଜାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କେନ୍ଦ୍ରରୁ ମିଳୁନି ଗ୍ରୀନ ସିଗ୍ନାଲ । ଏପଟେ କିନ୍ତୁ ରାଜଭବନ ଯାଇଛି ପ୍ରୋପୋଜାଲ । ଆଗୁଆ ନିର୍ବାଚନ ପାଇଁ ଅଂଟା ଭିଡିଛି ବିଜେଡି ସରକାର । କିନ୍ତୁ ଦରକାର କେନ୍ଦ୍ରର ସହଯୋଗ । ସେପଟେ ହାତରେ ଅଉ ସମୟ ନାହିଁ । ଡିସେମ୍ବରରେ ବିଧାନସଭା ଭୋଟ୍ ହେବାକୁ ଥିବା ୫ ରାଜ୍ୟ ପାଇଁ ତାରିଖ ଘୋଷଣା ଅକ୍ଟୋବର ପ୍ରଥମ ସପ୍ତାହରେ ହେବ । ଓଡ଼ିଶାରେ ଯଦି ସେହି ସମୟରେ ନିର୍ବାଚନ ହେବ, ସେଥିଲାଗି ଅନ୍ତତଃ ସେପ୍ଟେମ୍ବର ୨୦ ମଧ୍ୟରେ ବିଧାନସଭା ଭଙ୍ଗ ହେବା ଦରକାର।

ସରକାର ସେ ଦିଗରେ ଚିନ୍ତା କରି ସେହି ହିସାବରେ ବିଧାନସଭା ଅଧିବେଶନ ଡାକିବା ଏପିରିକି ଅତିରିକ୍ତ ବଜେଟ ଉପସ୍ଥାପନ ପାଇଁ ବି ପ୍ରସ୍ତୁତି ସାରିଦେଇଥିଲେ । ସେଥିପାଇଁ ନୂଆ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି କାମ ଚଳାଇନେବେ ବୋଲି ବି ଯୋଜନା ହୋଇଥିଲା ବୋଲି ଜାଣିବାକୁ ମିଳିଥିଲା । ତେବେ ସବୁ ଅଟକାଇଦେଇଛି କେନ୍ଦ୍ର । ଏଯାଏଁ କେନ୍ଦ୍ର ସରକାର ବିଶେଷକରି ଅମିତ ଶାହା ବିଜେଡି ଯୋଜନାରେ ସହମତ ହୋଇନାହାନ୍ତି । କାରଣ ଏଥିପାଇଁ ରାଜ୍ୟ ବିଜେପି ନେତା ଅମଙ୍ଗ ହେଉଛନ୍ତି ବୋଲି ଖବର ମିଳିଛି । ତଥାପି କିନ୍ତୁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।

ଏବେ ଯାହା ନୂଆ ଖବର ସାମ୍ନାକୁ ଆସୁଛି, ଆଗୁଆ ନିର୍ବାଚନ ସଂପର୍କରେ ସଂପାଦିତ ହେବାକୁ ଥିବା ପ୍ରକ୍ରିୟା ସଂପର୍କରେ ରାଜଭବନଠାରୁ ପରାମର୍ଶ ଚାହିଁଛନ୍ତି ସରକାର । ବିଶେଷକରି, ୨୦୦୪ରେ ଯେବେ ଆଗୁଆ ବିଧାନସଭା ଭଂଗ ହେଲା ସେ ସମୟରେ ସଂପାଦିତ ପ୍ରକ୍ରିୟା ବିଷୟରେ ଅବଗତ ହେବାକୁ ଚାହିଁଛନ୍ତି ସରକାର । ତେବେ ଏ ସଂକ୍ରାନ୍ତରେ ସରକାର କିମ୍ବା ରାଜଭବନ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର