Masthead

ଇସ୍ରୋ ଘୋଷଣା କଲା ଆଦିତ୍ୟ-ଏଲ୧ର ଲଞ୍ଚିଂ ସମୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ର ପରେ ଏବେ ସୂର୍ଯ୍ୟ । ମିଶନ ସନ୍ । ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋର ବଡ଼ ଘୋଷଣା । ଶନିବାର ଲଞ୍ଚ ହେବ ଆଦିତ୍ୟ-ଏଲ୧ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଂଚ ପ୍ୟାଡରୁ ହେବ ଉତକ୍ଷେପଣ । ସେପ୍ଟେମ୍ବର ୨ ଦିନ ୧୧ଟା ୫୦ ମିନିଟରେ ଲଂଚ ହେବା ନେଇ ସୂଚନା ଦେଇଛି ଇସ୍ରୋ । ୧୫ କୋଟି କିଲୋମିଟର ଦୂରରେ ଅଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ସମ୍ପୂର୍ଣ୍ଣ ପାଖକୁ ଯିବ ନାହିଁ ଆଦିତ୍ୟ-ଏଲ୧ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଯିବ ଆଦିତ୍ୟ-ଏଲ୧ । ୧୫ ଲକ୍ଷ କିମି ଏଲ୧ ପଏଂଟରେ ପହଞ୍ଚିବାକୁ ଲାଗିବ ୪ ମାସ । ଏହା ପରେ ଏକ ନିର୍ଦ୍ଧାରିତ କକ୍ଷପଥରେ ହେବ ଅବସ୍ଥାପିତ । ଗ୍ରହଣ ଓ ପରାଗର ପ୍ରଭାବ ପଡୁନଥିବାରୁ ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ-ଏଲ୧ ।

ପୂର୍ବରୁ ୬ଟି ଦେଶ ଏହି ମିଶନରେ ସଫଳ ହୋଇଛନ୍ତି । ଆମେରିକା, ଋଷିଆ, ଚୀନ, ଜାପାନ ଭଳି ଦେଶ ମିଶନ ସୂର୍ଯ୍ୟରେ ସଫଳ ହୋଇଥିବା ବେଳେ ସପ୍ତମ ଦେଶ ଭାବରେ ଭାରତ ଏହି ମିଶନ କରିବାକୁ ଯାଉଛି । ସୂର୍ଯ୍ୟ ଗବେଷଣା ସମ୍ପର୍କିତ ପ୍ରଥମ ଭାରତୀୟ ମିଶନ ହେଉଛି ଆଦିତ୍ୟ-ଏଲ୧ । ପିଏସଏଲଭି ଏକ୍ସଏଲ ରକେଟ ଦ୍ୱାରା ଉତକ୍ଷେପଣ କରାଯିବ । ଏହାକୁ ସଫଳତାର ସହ ଲଞ୍ଚ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା ଏଲ-୧ । ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା ଏଚଡି ଫଟୋ ଉଠାଇବା ସହ, ଆଦିତ୍ୟ ଏଲ-୧ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ