ବିଜୁଳି ନାହିଁ ତ ଭୋଟ ନାହିଁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଡିବିରି ଆଲୁଅରେ କଟୁଛି ଜୀବନ । ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତ ସପନ। ମୌଳିକ ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେବେ ଅନ୍ଧକାରରେ ଥିବା ପରିବାର। ଏବେବି ବିକାଶ ଠାରୁ ଦୁରରେ ରାଜ୍ୟ ସରକାରଙ୍କ ଆଲୋକି କରଣ ଯୋଜନା । ଏହା କେଉଁ ଆଦିବାସୀ ଅଧୁଷିତ ଅଞ୍ଚଳ ନୁହେଁ ଏ ହେଉଛି ଭଦ୍ରକ ଜିଲ୍ଲା ନୂଆଗାଁ ପଞ୍ଚାୟତ ବିଶ୍ଵନାଥପୁର ଗାଁର ଦୃଶ୍ୟ । ଦୀର୍ଘ ବର୍ଷ ଧରି ବିଜୁଳି ଆଲୋକରୁ ବଞ୍ଚିତ ଏହି ଗାଁ । ବିଜୁଳି ବିନା କେତେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ଏହି ଗାଁ ଲୋକେ ।

ଦୀର୍ଘ ବର୍ଷ ଧରି ସରକାରୀ ଶାସନ କାଳରେ ଏବେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଲୋକମାନେ। ୨୦୧୫ ମସିହାରୁ ପାଖରୁ ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ । ବିଜୁଳି ବିଭାଗର କମ୍ପାନୀ ବଦଳି ଯାଉଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଵଦଳିଵାର ନାଁ ଧରୁନି। ବହୁ ବାର ଦରଖାସ୍ତ ଏବଂ ଜେରକ୍ସ କରି ଫର୍ମ ଦିଆ ଗଲାଣି।

କିନ୍ତୁ ଅଞ୍ଚଳବାସୀ ଦୁଃଖ ଦୂର ହେଉନାହିଁ। ଶେଷରେ ନିରାଶ ହୋଇ ପଡିଛନ୍ତି ଗରିବ ଶ୍ରେଣୀର ଲୋକମାନେ। ରାତି ଦିନ ଡିଵିରି ଆଲୁଅ ହେଉଛି ସାହା ଭରସା। ରାତି ହେଲେ ଘନ ଅନ୍ଧକାର ପାଇଁ ତାଟି କବାଟ ପଡ଼ିଯାଏ। ପିଲାମାନେ ପାଠ ପଢ଼ିବାକୁ ଭଲ ଆଲୋକ ଚାହିଁଲେ ମଧ୍ୟ ଡିଵିରି , ଲଣ୍ଠନ ଆଲୁଅ ହେଉଛି ସାହା ଭରସା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’