Masthead

ଫୌଜଦାରି ମାମଲା ବିଚାରାଧୀନ ଥିଲେ ମିଳିବନି ପଦୋନ୍ନତି: ହାଇକୋର୍ଟ

କଟକ (ବଡ଼ ଖବର ବ୍ୟୁରୋ):ଓଡିଶା ହାଇକୋର୍ଟ ଏକକ ବିଚାରପତିଙ୍କ ନିଦେ୍ର୍ଦଶକୁ ରଦ୍ଦ କରିଛନ୍ତି । କୌଣଷି ସରକାରୀ ଅଧିକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରି ମାମଲା ବିଚାରାଧୀନ ଥିଲେ ତାଙ୍କୁ ନିୟମିତ ବା ଅସ୍ଥାୟୀ ପଦୋନ୍ନତ୍ତି ମିଳିବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅବେଦନର ସୁଣାଣି କରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ପୂର୍ବରୁ ହାଇକୋର୍ଟ ଜଣିକିଅଅ ବିଚାରପତି ଏଭଳି ମାମଲାର ଶୁଣାଣି କରି ଫୌଜଦାରି ମାମଲା ବୋଚାରଧୀନ ଥିବା ସରକାରୀ କର୍ମଚାରୀଙ୍କୁ ପଦୋନ୍ନତ୍ତିରେ ପ୍ରତିବନ୍ଧକ ସାଜିବ ନାହିଁ ବୋଲି ରାୟ ଦେଇଥିଲେ । ଫୌଜିଦାରି ମାମାଲା ବିଚାରଧୀନ ଥିବା ସରକାରୀ କର୍ମଚାରୀ ଙ୍କୁ ପଦୋନ୍ନତ୍ତି ପ୍ରଦାନ କରିବାକୁ ଜଣକିଆ ବିଚାରପତିଙ୍କ ଖଣ୍ଡପୀଠ ଏକାଧିକ ମାମଲାର ଶୁଣାଣି କରି ଏଭଳି ନିଦେ୍ର୍ଦଶ ଦେଇଥିଲେ । ଏଥିସହ ଏପରି କେତେକ କର୍ମଚାରୀଙ୍କୁ ଆଡ୍ ହକ୍ ପଦୋନ୍ନତି ପ୍ରଦାନ ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଥିଲା ତେବେ ଜଣିକିଆ ବିଚାରପତିଙ୍କ ଏହି ରାୟକୁ ି ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ୍ ଦାୟର କରିଥିଲେ ।

ଦୁଇ ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ୪୬ ଟି ଅପିଲର ଏକତ୍ର ଶୁଣାଣି କରିଥିଲେ ଏ୨ଥିସହ ପୂର୍ବରୁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ନିଦେ୍ର୍ଦଶକୁ ରଦ୍ଦ କରିଛନ୍ତି । ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି ଯେ , ବିଚାରାଧୀନ ଫୌଜଦାରି ମାମଲାର ଫଳାଫଳ ଏପରେ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପଦେନ୍ନତ୍ତି ପ୍ରସଙ୍ଗ ନିର୍ଭର କରିଥାଏ । ଯଦି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥିବା ଫୌଜଦାରି ମାମଲାର ରାୟ ତାଙ୍କ ସପକ୍ଷରେ ଯାଏ ଓ ତାଙ୍କ ବିରୋଧରେ ରହିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ସେ ଦୋଷମୁକ୍ତ ହୁଅନ୍ତି ତେବେ ତାଙ୍କୁ ପଦୋନ୍ନତ୍ତି ମିଳିପାରିବ । ଯଦି ଫୌଜିଦାରି ମାମଲାରେ ମାଲାର ରାୟ ପ୍ରକାଶ ବେଳକୁ ସଂପୃକ୍ତ କର୍ମଚାରୀ ଅବସର ନେଇସାରିଥିବେ ତେବେ ପଦୋନ୍ନତ୍ତି ସମୟର ସମସ୍ତ ପ୍ରପ୍ୟକୁ ହିସାବ କରାଯାଇ ତାଙ୍କ ପେନସନ୍ ଧାର୍ଯ୍ୟ କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ତରଫରୁ ଏଜିଏ .କେ. ଖୁଣ୍ଟିଆ ମାମଲା ପରିଚାଳନା କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ