Masthead

କୁସ୍ତିଯୋଦ୍ଧାଙ୍କ ୫ ଦାବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟାୟ ଦାବିରେ ଧାରଣାରେ କୁସ୍ତି ଯୋଦ୍ଧା । ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ଦୃଢ଼ ଦାବି କରିଛନ୍ତି କୁସ୍ତିଯୋଦ୍ଧା । ତାଙ୍କୁ ବୁଝାଇବା ପାଇଁ ଚାଲିଛି ପ୍ରୟାସ । ଯାହାକୁ ନେଇ ଗତକାଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏକ ବୈଠକ ଡାକିଥିଲେ । ବୈଠକରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ସମେତ ଅନ୍ୟମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ତାଙ୍କ ବାସଭବନରେ କଥା ହୋଇଛନ୍ତି। ବିନେଶ ଫୋଗଟ ଏହି ବୈଠକରେ ଯୋଗ ଦେଇନଥିଲେ। କୁସ୍ତିଯୋଦ୍ଧାମାନେ ମନ୍ତ୍ରୀଙ୍କ ସହ ୫ ଘଣ୍ଟା କଥାବାର୍ତ୍ତା କରିଛନ୍ତି।

୫ ଘଣ୍ଟାର କଥାବାର୍ତ୍ତା ପରେ କୁସ୍ତିଯୋଦ୍ଧାମାନେ ଜୁନ୍ ୧୫ ତାରିଖ ପର୍ୟ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ସେପଟେ କୁସ୍ତିଯୋଦ୍ଧମାନେ ମନ୍ତ୍ରୀଙ୍କ ନିକଟରେ ୫ ଦାବି ରଖôଛନ୍ତି। ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ଜଣେ ମହିଳା ରହିବା ଉଚିତ । ଡବ୍ଲ୍ୟୁଏଫ୍ଆଇରେ ସ୍ବଚ୍ଛ ଏବଂ ଅବାଧ ନିର୍ବାଚନ ହେବା ଉଚିତ। ପୂର୍ବତନ ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ବ୍ରିଜଭୂଷଣ ସିଂହ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫ୍ଆଇରେ ରହିପାରିବେନି। ଗତମାସରେ ନୂଆ ସଂସଦ ଭବନ ଉଦଘାଟନ ସମୟରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପାଇଁ ସେମାନଙ୍କ ବିରୋଧରେ ପୁଲିସରେ ରୁଜୁ ହୋଇଥିବା ମାମଲା ରଦ୍ଦ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼