Masthead

୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ରସାୟନ ବିଜ୍ଞାନୀ ପାଇବେ ୨୦୨୩ ନୋବେଲ ପୁରସ୍କାର । ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ଙ୍କୁ ନୋବେଲ ପୁରସ୍କାର । ଆଲେକ୍ସି ଏଲ୍. ଏକିମୋଭ୍‌ ମଧ୍ୟ ପାଇବେ ନୋବେଲ ପୁରସ୍କାର । ସାରା ବିଶ୍ବରେ ନିଜର ଅବଦାନ ପାଇଁ ପୁରସ୍କାର ପାଇବେ ଏହି ବୈଜ୍ଞାନିକ । ଏହି ତିନି ଜଣ ନୋବେଲ ବିଜେତା ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି । ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ । ଗତକାଲି ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ ଘୋଷଣା ହୋଇଥିଲା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ । ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍ । ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ