Masthead

ସତ୍ୟାଗ୍ରହରେ ନବ ବାବୁଙ୍କ ଝିଅ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଗାନ୍ଧି ଜୟନ୍ତୀରେ ଗାନ୍ଧିଙ୍କ ପରମ ଅନୁଗାମୀଙ୍କ ସତ୍ୟାଗ୍ରହ । ଦେଶର ସ୍ୱାଧୀନତା ପାଇଁ ମାତ୍ର ଅଢ଼େଇ ବର୍ଷରେ ଜେଲ ଦଣ୍ଡ ଭୋଗିଥିଲେ । ବାପା ମୁଖ୍ୟମନ୍ତ୍ରୀ ଥିଲେ ବି ଅନୁଗୁଳ ଜିଲ୍ଲାର ନିପଟ ଗାଉଁଲି ପାଠଶାଳାରେ ପାଠ ପଢ଼ିଥିଲେ । ଗାନ୍ଧିଙ୍କୁ ତାଙ୍କ ଜୀବନର ମାର୍ଗଦର୍ଶକ ଭାବେ ସବୁବେଳେ ମାନି ଆସିଛନ୍ତି । ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମଳାତୀ ଦେବୀଙ୍କ ଝିଅ କୃଷ୍ଣା ମହାନ୍ତି ।

ଆଜି ଗାନ୍ଧି ଜୟନ୍ତୀ ଅବସରରେ ସେ ଆରମ୍ଭ କରିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ । ତାଙ୍କର ଦାବି ନିଜ ସ୍ୱାର୍ଥ ପାଇଁ ରହିନି । ୧୯୩୪ ମସିହା ୬ ଓ ୭ ମେରେ ଅନୁଗୁଳ ଆସିଥିଲେ ବାପୁ । ସେ ଯେଉଁ ରାସ୍ତା କଡ଼ ଦେଇ ଯାଇଥିଲେ ସେଠାରେ ଗାନ୍ଧିଙ୍କର ସ୍ମୃତିରକ୍ଷା ପାଇଁ ଏକ ପ୍ରତିମୂର୍ତ୍ତି ତିଆରି କରିବାକୁ ସେ ଦାବି କରୁଛନ୍ତି ଜିଲ୍ଲା ପ୍ରଶାସନ ଆଗରେ । ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ୨ଥର ପ୍ରତିଶୃତି ଦେଇଛି । କିନ୍ତୁ ଏବେ ତରବରିଆ ଭାବେ ଅନ୍ୟ ନିର୍ମାଣ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା