Masthead

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ଭୋଟ୍ ହେବ। ଏଥିପାଇଁ ମାର୍ଚ୍ଚ ୫ ତାରିଖ ଯାଏ ନାମାଙ୍କନ ଦାଖଲ ରହିଛି। ୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ହେବ। ଅପରାହ୍ଣରେ ଭୋଟ୍ ଗଣତି ହେବ।

ସେପଟେ ଦିନେ ଦୁଇ ଦିନରେ ବିଜେପି ପ୍ରାର୍ଥୀ ଘୋଷଣା କରିବ । ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ । କିଏ ରାଜ୍ୟସଭା ଯିବ ବୈଠକରେ ନିଷ୍ପତ୍ତି ହେବ । କୋର୍ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ସଂସଦୀୟ ବୋର୍ଡକୁ ପଠାଯାଇଛି ।

ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ । ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ । ଅନ୍ୟପଟେ ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୂଚନା ଦେଇଛନ୍ତି । ଏଥିପାଇଁ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ନବୀନଙ୍କୁ ସମୟ ମାଗିଥିଲେ ବି ଏଯାଏଁ ନବୀନ ସମୟ ଦେଇନାହାନ୍ତି କହିଲେ ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ 🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ 🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି