Masthead

କଲବଲ କରୁଛି ଘନ କୁହୁଡ଼ି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭୁବନେଶ୍ୱରରେ କଲବଲ କରୁଛି ଘନ କୁହୁଡ଼ି । ଦେଖାଯାଉନି ରାସ୍ତାଘାଟ । ଅତି ଘନ କୁହୁଡ଼ି ସହ ଦୃଶ୍ୟମାନ ଦୂରତା ଶୂନ ମିଟର ଛୁଇଁଲା । କୁହୁଡ଼ି ପାଇଁ ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍ । ମାଡ଼ି ଆସିବ ଭୀଷଣ କୁହୁଡ଼ି । ଅତି ଘନ କୁହୁଡ଼ିର ବହଳ ଆସ୍ତରଣ ଆକାଶକୁ ଘୋଡ଼ାଇ ଦେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିପାରେ । ଏ ସମୟରେ ଯାତାୟାତ କରିବା ମୁସ୍କିଲ ହୋଇଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେପଟେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିପାରେ ବୋଲି ମଧ୍ୟ ଆକଳନ ରହିଛି । ଶନିବାର ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଅତି ଘନ କୁହୁଡ଼ି ଦେଖା ଦେଇପାରେ । ଦୃଶ୍ୟମାନ ଦୂରତା ବିପଜ୍ଜନକ ସ୍ତରକୁ ଖସିପାରେ ।

ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ରହିବ। ରବିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ରହିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ଅଧିକ ରହିବ । ୫ ତାରିଖରେ ମଧ୍ୟ ଏହି ସ୍ଥିତି ଜାରି ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦିଶିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କିଛି କମିଯିବ । କିନ୍ତୁ ସୋମବାରଠାରୁ ଶୀତ ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ । ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ୩ଟି ବିମାନର ଗତିପଥ ପରିବର୍ତ୍ତନ । ରାଞ୍ଚି, କୋଲକାତା ଓ ଚେନ୍ନାଇକୁ ବିମାନର ଗତିପଥ ପରିବର୍ତ୍ତନ । ସକାଳୁ କୌଣସି ବି ବିମାନ ଉଡ଼ାଣ ଭରିନଥିବା ସୂଚନା । ଗତ ୩ ଦିନ ହେଲାଣି ଘନ କୁହୁଡ଼ି ପାଇଁ ବିମାନ ସେବା ବାଧାପ୍ରାପ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ