ଗାଜାରେ ହାମାସର ସବୁଠୁ ବଡ଼ ସୁଡଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜାରେ ହମାସର ସବୁଠୁ ବଡ଼ ସୁଡ଼ଙ୍ଗ ଠାବ । ମାଟି ତଳେ ଲମ୍ବିଛି ୪ କିଲୋମିଟର ଲମ୍ବା ସୁଡ଼ଙ୍ଗ । ସୁଡ଼ଙ୍ଗର ଭିଡିଓ ଜାରି କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଏ ସୁଡ଼ଙ୍ଗ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଟିତଳେ ମାଇଲ ମାଇଲ ବାଟ ଧରି ଲମ୍ବିଛି ଏହି ସୁଡ଼ଙ୍ଗ । ସୁଡ଼ଙ୍ଗର ଆକାର ଏପରି ହୋଇଛି ଯେ ଛୋଟ ଯାନ ମଧ୍ୟ ବେଶ ଆରାମରେ ଯାତାୟତ ହୋଇପାରିବ ।

ସୁଡ଼ଙ୍ଗ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ଡ଼୍ରେନେଜ ସିଷ୍ଟମ ସହ ବିଜୁଳି ଟେଲି ଫୋନ ନେଟୱର୍କ ସୁବିଧା ରହିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲକୁ ଖୋଜି ବାହାର କରାଯାଇଛି । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେଲ ହମାସର ସବୁଠାରୁ ବଡ ଟନେଲ୍ । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସର ଡାକ୍ତରଖାନାର କର୍ମଚାରୀ ଏହି ସୁଡଙ୍ଗରେ ଯିବା ଆସିବା କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’