Masthead

ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କଟକ (ବଡ଼ ଖବର ବ୍ୟୁରୋ): କଟକ ଦରଘା ବଜାରରେ ଏନକାଉଣ୍ଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ସେକ୍ ବାବୁ ଓରଫ ବରେନ୍ ବାବୁ ଆହତ ହୋଇଛି । ବାବୁର ଘର ବକ୍ସିବଜାର ପେନସନଲେନରେ । ବାବୁ ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ । ତା’ର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଛି । ଆହତ ପରେ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ଦୀର୍ଘ ବର୍ଷକ ପରେ ଆଜି କଟକ ପୁଲିସ ପକ୍ଷରୁ ଏନକାଉଣ୍ଟର ହୋଇଛି । ଡିସିପି ଭାବେ ଯୋଗ ଦେବା ପରେ ପ୍ରତୀକ ସିଂହଙ୍କ ଏହାର ପ୍ରଥମ ଶିକାର ବୋଲି କୁହାଯାଉଛି । ଗତ ୨୦୧୯ ମସିହାରେ ବକ୍ସିବଜାର ଛକରେ ଥିବା ଏକ ଖେଳ ସାମଗ୍ରୀ ଦୋକାନଠାରୁ ବଟି ଆଦାୟ କରିବା ଘଟଣାରେ ବାବୁର ହାତ ଥିଲା ।

ଏହି ଘଟଣାରେ ସକିଲର ବହୁ ସହଯୋଗୀ ଏପରିକି ପରିବାର ଲୋକ ଓ ପ୍ରେମିକା ବି ଗିରଫ ହୋଇଥିଲେ । ମାତ୍ର ଘଟଣା ପରଠାରୁ ବାବୁ ଫେରାର ଥିଲା । ତାକୁ ଦରଘାବଜାର ଥାନା ପୁଲିସ ଖୋଜୁଥିଲା । ଆଜି ସେ ଭୁବନେଶ୍ୱରର ଚନ୍ଦକାରୁ କଟକ ଅଭିମୁଖେ ଚନ୍ଦକା-ବାରଙ୍ଗ ରୋଡରେ ଆସୁଥିବା ନେଇ ଦରଘାବଜାର ଥାନା ପୁଲିସକୁ ଖବର ମିଳିଲା । ଏହାପରେ ପୁଲିସ ଟିମ ସେହି ରାସ୍ତା ଅଭିମୁଖେ ବାହାରିଗଲା । ସେହି ରାସ୍ତାରେ ବାବୁକୁ ଦେଖି ପୁଲିସ ଟିମ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ ଅଟକି ନଥିଲା ।

ପାଲଟା ନିଜ ଆକ୍ଟିଭା ଗାଡ଼ି ରୋକି ଦେଇ ପାଖରେ ଥିବା ଏକ ମାଉଜରରୁ ଅଚାନକ ପୁଲିସ ଟିମ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିଟି ସୌଭାଗ୍ୟବଶତଃ ପୁଲିସ କର୍ମୀଙ୍କ ଦେହରେ ବାଜିନଥିଲା । ଏହାର ଜବାବ ପୁଲିସ ତୁରନ୍ତ ଦେଇଥିଲା । ପୁଲିସ ଚଲାଇଥିବା ଗୋଟିଏ ରାଉଣ୍ଡ ଗୁଳି ବାବୁର ବାମଗୋଡ଼ ଆଣ୍ଠୁ ପାଖରେ ବାଜିଥିଲା । ଫଳରେ ବାବୁ ତଳେ ପଡ଼ିଯାଇଥିଲା । ଏହାପରେ ପୁଲିସ ଟିମ୍ ତାକୁ କାବୁ କରି ନେଇ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରିଛି । ବାବୁର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ପୁଲିସର କହିବାନୁସାରେ ତା’ ନାଁରେ ଏଯାବତ ୨୦ଟି ସଙ୍ଗୀନ ମାମଲା ରହିଛି ।

ଦରଘାବଜାର ସହିତ ଲାଲବାଗ ଓ ମଧୁପାଟଣା ଥାନାର ୪ଟି ସଙ୍ଗୀନ ମାମଲାରେ ବାବୁ ୱାରେଣ୍ଟ ଥିଲା।ଅନ୍ୟପଟେ ଦୀର୍ଘ ବର୍ଷେ ପରେ କଟକରେ ଆଜି ଏନକାଉଣ୍ଟର ହୋଇଛି । ଅଖିଳେଶ୍ୱର ସିଂହ ଡିସିପି ଥିବାବେଳେ ଗତ ଜାନୁଆରୀ ମାସରେ ଶେଷଥର ପାଇଁ ଏକ ଏନକାଉଣ୍ଟର ହୋଇଥିଲା । ଏହାପରେ ପ୍ରତୀକ ସିଂହ ଦାୟିତ୍ୱ ନେଇଥିଲେ ବି ସିରିଜ୍ ଏନ୍କାଉଣ୍ଟରକୁ ସେ ଜାରି ରଖିନଥିଲେ । ମାତ୍ର ପ୍ରତୀକ ସିଂହ ଡିସିପି ହେବାର ପ୍ରାୟ ୧୦ ମାସ ପରେ ହଠାତ୍ କଟକ ପୁଲିସ ପୁଣି ଏନକାଉଣ୍ଟର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି