Masthead

ଆଜି ପଞ୍ଜାବ ବାଙ୍ଗାଲୋର ମୁହାଁ ମୁହିଁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ପଞ୍ଜାବ କିଙ୍ଗସ୍ । ତେବେ ଏହି ମ୍ୟାଚ ପଞ୍ଜାବ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାରଣ ୬ଟି ମ୍ୟାଚରେ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି ବାଙ୍ଗାଲୋର । ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଳଗାତାର ଚାରିଟି ବିଜୟ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ୬୯ ରନରେ ହାରିଥିଲା । କିନ୍ତୁ ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚକୁ ୧ରନରେ ଜିତି ପୁଣି ଟ୍ରାକ୍କୁ ଫେରିଥିଲା ବାଙ୍ଗାଲୋର ।

ସେପଟେ କୋଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ୍ ପୂର୍ବ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୫ୱିକେଟରେ ପରାଜିତ ହୋଇଥିଲା । ଆଉ ଚଳିତ ଆଇପିଏଲରେ ପ୍ରଥମ ବ୍ୟାଟିଂ କରି ସବୁଥିରେ ୧୦୬, ୧୨୦ ଓ ୧୨୩ ଭଳି କମ ରନ ସଂଗ୍ରହ କରିପାରିଛି । କେବଳ ସେତିକି ନୁହେଁ ସମସ୍ତ ବ୍ୟାଟସ ମ୍ୟାନଙ୍କ ପ୍ରଦର୍ଶନ ବି ସ୍ଥିର ରହିଛି । ସେହିପରି ବୋଲିଂରେ ମଧ୍ୟ ଏତେ ଭଲ ପ୍ରଦର୍ଶନ କରିପାରିନି ପଞ୍ଜାବ । ତେଣୁ ଆରସିବିକୁ ପରାସ୍ତ କରିବାକୁ ହେଲେ ଆଜି ଉଚ୍ଚକୋଟୀର ପ୍ରଦର୍ଶନ ପଞ୍ଜାବକୁ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ