Masthead

ଦେଶରେ ସମାନ ନାଗରିକ ସହିଂତା ଲାଗୁ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶ ପାଇଁ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍)ର ଆବଶ୍ୟକତା ରହିଛି ଏବଂ ଏହା ଲାଗୁ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏକ ଛାଡ଼ପତ୍ର ମାମଲାର ରାୟ ଶୁଣାଇବା ବେଳେ ଶୁକ୍ରବାର ହାଇକୋର୍ଟ କହିଛନ୍ତି ଯେ ଦେଶପାଇଁ ଏବେ ସମାନ ନାଗରିକ ସଂହିତା ଜରୁରୀ ହୋଇପଡ଼ିଛି। ଦେଶ ଧର୍ମ, ଜାତି, ସଂପ୍ରଦାୟରୁ ଉପରକୁ ଉଠି ଆଗକୁ ବଢ଼ୁଥିବାରୁ ପାରମ୍ପରିକ ଜଟିଳତାଗୁଡ଼ିକୁ ହଟାଇବାକୁ ହେବ ଏବଂ ଏଥିପାଇଁ ସମାନ ନାଗରିକ ସଂହିତା ଲାଗୁ କରିବା ହିଁ ଶ୍ରେଷ୍ଠ ପନ୍ଥା ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବିଧାନର ଧାରା ୪୪ ଅଧୀନରେ ସମାନ ନାଗରିକତା ସଂହିତା ଲାଗୁ ଦିଗରେ ପଦକ୍ଷେପ ନେବାକୁ ହେବ ବୋଲି କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ତାଙ୍କ ରାୟରେ କହିଛନ୍ତି ଯେ ଆଜିର ଆଧୁନିକ ଭାରତରେ ସମାନ ନାଗରିକ ସଂହିତା ନଥିବାରୁ ଯୁବ ପିଢ଼ି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଧର୍ମ, ଜାତି, ସଂପ୍ରଦାୟକୁ ନେଇ ଭେଦଭାବ ଜାରି ରହିଛି। ହାଇକୋର୍ଟ ୧୯୮୫ର ଏକ ମାମଲାରେ କୋର୍ଟ ପକ୍ଷରୁ ଜାରି ନିର୍ଦ୍ଦେଶର ଅବତାରଣା କରି କହିଛନ୍ତି ଯେ ଦୀର୍ଘ ୩ ଦଶନ୍ଧି ପରେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନିଆଯାଇନାହିଁ। ୧୯୮୫ରେ ସୁପ୍ରିମ୍ କୋର୍ଟ ଦେଶରେ ସମାନ ନାଗରିକ ସଂହିତା ଲାଗୁ ଦିଗରେ ବଳିଷ୍ଠ ପଦକ୍ଷେପ ନେବାକୁ କହିଥିଲେ କିନ୍ତୁ ଆଜି ସୁଦ୍ଧା ତାହା ପାଳନ ହୋଇନାହିଁ।

ନିକଟରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡ଼େ ଗୋଆର ୟୁନିର୍ଫମ ସିଭିଲ୍ କୋଡକୁ ବହୁ ପ୍ରଶଂସା କରିଥିଲେ ଏବଂ ଏଭଳି ସିଭିଲ୍ କୋଡର କଳ୍ପନା ସମ୍ବିଧାନ ନିର୍ମାତାମାନେ କରିଥିଲେ ବୋଲି ସେ ମତ ରଖିଥିଲେ। ସମ୍ବିଧାନର ରାଜ୍ୟ ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ (ଡିରେକ୍ଟିଭ୍ ପ୍ରନ୍ସିପୁଲ୍ସ ଅଫ୍ ଷ୍ଟେଟ୍ ପଲିସି)ର ଧାରା ୩୬ରୁ ୫୧ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ଦିଆଯାଇଛି ଏବଂ ରାଜ୍ୟ ନିଜର ନୀତି ନିର୍ଦ୍ଧାରଣ କରିବା ସମୟରେ ଏ ବାବଦ ସିଦ୍ଧାନ୍ତକୁ ଧ୍ୟାନରେ ରଖିବା ପାଇଁ କୁହାଯାଇଛି। ଧାରା ୪୪ରେ ରାଜ୍ୟ ଉଚିତ ସମମୟରେ ସବୁ ଧର୍ମ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭେଦଭାବ ଦୂର କରିବା ଧାରା ୪୪ର ମୁଖ୍ୟ ଉଦ୍ଦେଶ୍ୟ ଥିବାରୁ ଏହାକୁ ବାସ୍ତବରେ ପରିଣତ କରିବାକୁ ହେବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି