Masthead

କାନ୍ଦାହାର ପରେ ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ନଜର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଅଫଗାନିସ୍ତାନରେ ବଢ଼ୁଛି ତାଲିବାନଙ୍କ ଉପଦ୍ରବ । ଧୀରେ ଧୀରେ ଦେଶର ଅନେକ ସ୍ଥାନକୁ ନିଜ ଅକ୍ତିଆରକୁ ନେବାରେ ପ୍ରୟାସ ଜାରି ରଖିଛି ସଂଗଠନ । ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ସହରକୁ ମଧ୍ୟ ନିଜ ଦଖଲକୁ ନେଇ ସାରିଛି । ଆଫଗାନିସ୍ତାନର ଦ୍ୱିତୀୟ ବଡ଼ ସହର କାନ୍ଦାହାରକୁ ଦଖଲ କରିଛି ତାଲିବାନ ସଂଗଠନ । ଏହାପରେ ଏବେ ଦେଶର ରାଜଧାନୀ କାବୁଲ ଦଖଲ କରିବାକୁ ମଧ୍ୟ ଆଗେଇଲାଣି ତାଲିବାନ ।

ତେବେ କାନ୍ଦାହାରକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ ସେଠାରେ ନିଜର ପତାକା ଉଡ଼ାଇଛି । ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ସହ ତାଲିବାନର ଘମାଘୋଟ ଲଢ଼େଇ ପରେ ସୁରକ୍ଷାକର୍ମୀ ମାନେ ଆତ୍ମସମର୍ପଣ କରିଛନ୍ତି । ପ୍ରଥମେ କାନ୍ଦାହାରର ସେଣ୍ଟ୍ରାଲ ଜେଲ ଉପରେ ଆକ୍ରମଣ କରି କଏଦୀ ମାନଙ୍କୁ ମୁକ୍ତ କରିଦେଇଥିଲେ । ପରେ ସମ୍ପୂର୍ଣ୍ଣ ସହରକୁ ନିଜ ଅକ୍ତିଆରକୁ ଆଣିଥିଲେ । ତେବେ ତାଲିବାନ ପକ୍ଷରୁ କୁହାଯାଇଛି ଯେ, କାନ୍ଦାହାର ଏବେ ସମ୍ପୂର୍ଣ୍ଣ ଭାବେ ଆମ ଦଖଲରେ ଏବେ ଆମେ କାବୁଲ ଦଖଲ କରିବୁ ।

କାନ୍ଦାହାରଠାରୁ କାବୁଲର ଦୂରତା ହେଉଛି ୫୦୦ କିଲୋମିଟର । ତେଣୁ ଖୁବଶୀଘ୍ର ତାଲିବାନୀ ସେଠାରେ ପ୍ରବେଶ କରି ଦଖଲ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଆଉ ଯଦି ଏପରି ହୁଏ ତେବେ ଆଫଗାନସ୍ତାନ ସରକାରଙ୍କର ମଧ୍ୟ ତାଲିବାନ ସଂଗଠନ ନିକଟରେ ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ କୌଣସି ଉପାୟ ରହିବନି । ସେହିପରି କାନ୍ଦାହାର ପୂର୍ବରୁ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ମଧ୍ୟ ତାଲିବାନି ମାନେ ଦଖଲ କରିସାରିଛନ୍ତି ।

ଏହାମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୦ଟି ରାଜ୍ୟର ରାଜଧାନୀ ସହ ଅନ୍ୟାନ୍ୟ ସହରକୁ ମଧ୍ୟ ନିଜ କବଜାକୁ ନେଇ ସାରିଛି । ଆଫଗାନସ୍ତାନର ମୋଟ ୬୫% ବର୍ତ୍ତମାନ ତାଲିବାନୀ ମାନେ ଦଖଲ କରିସାରିଛନ୍ତି । ତେବେ ତାଲିବାନୀଙ୍କ ଲୋଲୁପ ଦୃଷ୍ଟି ସ୍ତ୍ରୀ ଓ ମହିଳାଙ୍କ ଉପରେ ରହିଛି ଯେଉଁଥିରେ ଭୟଭୀତ ହୋଇ ସୀମାକୁ ଲାଗି ରହିଥିବା ଶତାଧୀକ ଲୋକ ଏବେ ପାକିସ୍ତାନ ମୁହାଁ ହୋଇଛନ୍ତି । କିନ୍ତୁ ପାକିସ୍ତାନର ଇମ୍ରାନ ସରକାର ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସୁରକ୍ଷାକର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା