Masthead

ନୂଆଗାଁ ବିଡିଓଙ୍କ ଦବଙ୍ଗଗିରି

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସମସ୍ୟା ନେଇ ଅଭିଯୋଗ କଲେ ସମାଧାନ ବଦଳରେ ମିଳୁଛି ମାଡ଼ ଧମକ । କେତେବେଳେ ସାଧାରଣ ଜନତାଙ୍କୁ ତ ଆଉ କେତେବେଳେ ତଳିଆ କର୍ମଚାରୀଙ୍କୁ । ପୁଣି ଆଉ କେତେବେଳେ ଠିକାଦାରଙ୍କୁ ମାଡ଼ ମାରି ବିବାଦରେ ରହିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବିଡିଓ । ବିଡିଓ ପ୍ରମୋଦ କୁମାର ଦଳବେହେରା ଅଭିଯୋଗକାରୀଙ୍କୁ ମାଡ଼ ମାରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଆଉ କେହି ଅଭିଯୋଗ ନ କରି ଡରିମରି ରହୁଛି ତ କିଏ କିଛି ପାଉଣା ନେଇ ଚୁପ୍ ରହୁଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୁଧବାର ପାରାଢିପି ପଞ୍ଚାୟତ ରାମପଲୀର ଆଦିବାସୀ ସମ୍ପ୍ରଦାୟର କେତେଜଣ ବରିଷ୍ଠ ନାଗରିକ ଓ ମହିଳା ବିଡିଓଙ୍କୁ ବିଭିନ୍ନ ଦାବି ନେଇ ଗୁହାରି କରିବାକୁ ଆସିଥିଲେ । ସମସ୍ୟା ସମାଧାନ କରିବା ତ ଦୂର କଥା ଓଲଟା ସେମାନଙ୍କୁ ମାଡ଼ ମାରି ବେକ ବୁଲେଇଦେବାକୁ ବିଡିଓ ଧମକ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ଉପରକୁ ଟେବୁଲ ଉପରେ ଥିବା ଜିନିଷ ଫୋପାଡ଼ିବାକୁ ବିଡିଓ ଉଦ୍ୟମ କରିଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାମପଲି ଗ୍ରାମର ବବିତା ପ୍ରଧାନ, କୁମାରୀ ବେହେରା, ସଞ୍ଜୁ ବେହେରା, ଶୁଶିଳା ବେହେରା । ସେପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ବିଡିଓ । ବିରକ୍ତ ହୋଇ ଏପରି କରିଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା