Masthead

ସୁସ୍ଥ କରିବାକୁ ନେଇ ପୁଅକୁ ହରାଇଲେ

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସାମାନ୍ୟ ଥଣ୍ଡା କାଶରେ ପୀଡ଼ିତ ଥିଲେ । କ୍ଲିନିକକୁ ପୁଅକୁ ଚିକିତ୍ସା କରାଇବା ଲାଗି ନେଇଥିଲେ । ସୁସ୍ଥ ହେବା ପରିବର୍ତ୍ତେ ପୁଅ ହରାଇଲେ ବାପା । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସର ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର ।
ମାଳିସର ଗାଁର ବିଶ୍ୱନାଥ ପରିଡାଙ୍କ ୧୦ ବର୍ଷର ପୁଅ ରାଜେନ୍ଦ୍ରକୁ କିଛିଦିନ ହେଲା ଥଣ୍ଡା କାଶ ଲାଗିରହିଥିଲା। ପୁଅର ଚିକିତ୍ସା କରାଇବା ଲାଗି ନିକଟସ୍ଥ ଦୁର୍ଦୁରା ଗ୍ରାମରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଥିଲେ ବିଶ୍ୱନାଥ। ଡାକ୍ତର ପ୍ରମୋଦ କୁମାର ପାତ୍ର ରାଜେନ୍ଦ୍ରଙ୍କୁ ଇଞ୍ଜେକସନ ଦେଇଥିଲେ । ସଙ୍ଗେ ସଙ୍ଗେ ରାଜେନ୍ଦ୍ର ବେହୋଶ ହୋଇଯାଇଥିଲେ । ଉପାୟ ନପାଇ ଡାକ୍ତର ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ । ଡାକ୍ତର ସେଠାରେ ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ବିଶ୍ୱନାଥ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ