Masthead

ଖାକିରେ ଲାଗିଲା ଦାଗ

ଅତାବିରା (ବଡ଼ ଖବର ବ୍ୟୁରୋ): ଖାକିରେ ଲାଗିଲା ଦାଗ । କୋଟିପତି ଆଇଆଇସି ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗାଇସିଲେଟ ଆଇଆଇସି ବିରବର ଭଗତ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ । ଆୟଠୁ ୧୭୯% ଅଧିକ ସମ୍ପତି ରଖିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ ଚଢ଼ାଉ କରି ସମ୍ପତ୍ତି ଆକାଳନ କରାଯାଇଥିଲା ।

ଭଗତଙ୍କ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନୁଗୁଳିଆପଡ଼ା ସ୍ଥିତ ବାସଭବନ, ଗାଇସିଲେଟ ଥାନା ସରକାରୀ କ୍ବାଟର୍ସ, ଗାଇସିଲେଟ ଥାନା ଅଫିସ ଚ୍ୟାମ୍ବର, ସମ୍ବଲପୁର ଜିଲା ସଦର ଥାନା କବରାପାଲି ସ୍ଥିତ ଫାର୍ମ ହାଉସରେ ଏକକାଳୀନ ଗତ କାଲି ବିଳମ୍ବିତ ରାତ୍ରୀ ଯାଏଁ କରାଯାଇଥିଲା ଚଢ଼ାଉ । ପରେ ଆଇଆଇସି ବୀରବରଙ୍କୁ ଉଠାଇ ନେଇଥିଲା ଭିଜିଲାନ୍ସ । ତେବେ ଆଜି ବୀରବରଙ୍କ ସମସ୍ତ ସମ୍ପତ୍ତି ଆକଳନ କରି ଆୟ ବହିର୍ଭୂତ ସମ୍ପତ୍ତି ଥିଵା ସ୍ପଷ୍ଟ ହୋଇଥିଲା ।

ସମ୍ବଲପୁର ଭିଜିଲାନ୍ସ ପିଏସ ବୀରବର ଭାଗବତ, ଆଇଆଇସି, ଗାଇସିଲେଟ୍ ପୋଲିସ୍ ବିରୋଧରେ କେସ ପଞ୍ଜୀକୃତ ହୋଇଛି । ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ବୀରବରଙ୍କର ଆୟର ଉତ୍ସ ଅପେକ୍ଷା ୧୭୯% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ବୀରବରଙ୍କ ପାଖରେ ୧କୋଟି ୧୧ଲକ୍ଷ ଟଙ୍କାର ଜମି କୋଠାବାଡି ଠାବ କରାଯାଇଛି । ସେହିପରି ବୀରବରଙ୍କ ବାସଭବନରୁ ୧୬୫ ଗ୍ରାମର ସୁନା ଗହଣା, ନଗଦ ୭୯ ହଜାର ୪୬୦ଟଙ୍କା, ବ୍ୟାଙ୍କ ଓ ବୀମା ଜମା ବାବଦକୁ ୧୬ ଲକ୍ଷ ୬୮ ହଜାର, ଏବଂ ୨ ଓ ଚାରି ଚକିଆ ଯାନ ବାବଦକୁ ୧୩ ଲକ୍ଷ ୬୫ ହଜାର ଆକଳନ କରାଯାଇଥିବା ଭିଜିଲାନ୍ସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି