ଜିଆରଏସ ବ୍ଲକ ସଭାପତିଙ୍କୁ ହତ୍ୟା କଲା ପୂର୍ବତନ ସରପଞ୍ଚଙ୍କ ପୁଅ

ବୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପୂର୍ବ ଶତ୍ରୁତାରୁ ପୁଣି ହତ୍ୟା । ଗଞ୍ଜାମ ଜିଲ୍ଲାରେ ଗଡ଼ିଛି ଆଉ ଏକ ମୁଣ୍ଡ । ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ କଳମ୍ବ- ଅନ୍ତରପଡ଼ା ରାସ୍ତାରେ କଳମ୍ବ ଗ୍ରାମର ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ପୂର୍ବତନ ସରପଞ୍ଚଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ଯୋଜନାବଦ୍ଧ ଥିବା ନେଇ ଚର୍ଚ୍ଚା ହେଉଛି । ଅଧା ବାଟରେ ଜଗି ସୁକାନ୍ତଙ୍କୁ ବାଇକ୍‌ରେ ଲିପ୍ଟ ମାଗିଥିଲା ଅଭିଯୁକ୍ତ । ଚଳନ୍ତା ବାଇକ୍ ପଛରେ ବସି ଲୁଚାଇ ରଖିଥିବା ଛୁରିରେ ସୁକାନ୍ତଙ୍କୁ ଆଘାତ କରିଥିଲା ।

ବାଇକ୍‌ରୁ ସୁକାନ୍ତ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ସୁକାନ୍ତଙ୍କୁ ବୁଗୁଡ଼ା ମେଡିକାଲ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ବୁଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି। ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, ସୁକାନ୍ତଙ୍କୁ ପୂର୍ବତନ ସରପଞ୍ଚ ଦର୍ଶିପୁର ଗ୍ରାମର ଗନ୍ତାୟତ ସ୍ଵାଇଁଙ୍କ ପୁଅ ରାଘବ ଛୁରି ଭୁସି ହତ୍ୟା କରିଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ସୁକାନ୍ତ ପୂର୍ବରୁ କଳମ୍ବ ପଞ୍ଚାୟତର ନେଇ ରାଘବଙ୍କ ସହ ମନୋମାଳିନ୍ୟ ଥିଲା। ରାଜନୈତିକ ଜିଆରଏସ୍ ଥିବା ବେଳେ କୌଣସି କାମକୁ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ମାଆ ଅଭିଯୋଗ ଆଣିଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’