Masthead

ଅଙ୍ଗନୱାଡ଼ି କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ସିନାପାଲି ବ୍ଲକସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ ସଙ୍ଘବଦ୍ଧ ଆକ୍ରମଣ । ଆକ୍ରମଣରେ ଆହତ ହୋଇଛନ୍ତି ଅଙ୍ଗନୱାଡ଼ି କର୍ମୀ । ତାଙ୍କ ନାମ ଉର୍ମିଳା ସୁନାନି । ଏହି ଘଟଣାରେ ଅଙ୍ଗନବାଡ଼ି ସଙ୍ଘ ସଭାନେତ୍ରୀ କବିତା ସାହୁ ଖଡ଼ିଆଳ ଏସଡ଼ିପିଓ ବିରଞ୍ଚି ପ୍ରସାଦ ଦେହୁରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦେଇଛନ୍ତି ଦାବିପତ୍ର । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।ଗତ ୨୫ ତାରିଖରେ ଅଙ୍ଗନୱାଡ଼ି କର୍ମୀ ଡ଼ଙ୍ଗରିଖୋଲ କେନ୍ଦ୍ରରେ ଜୋତା ବଣ୍ଟନ କରୁଥଲେ । ପୂର୍ବ ଯୋଜନା ଅନୁସାରେ କିଛି ଲୋକ ମିଳିତ ହୋଇ ଉର୍ମିଳାଙ୍କୁ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ହେଲେ କ୍ଷୀରସିନ୍ଧୁ ହଂସ, ହେରାମ୍ବ ହଂସ, ପମା ହଂସ, ନମିତା ଗହୀର ପ୍ରମୁଖ । ସେମାନେ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ର ପରେ ଧର୍ମଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖଡ଼ିଆଳ ଏସଡ଼ିପିଓ ଘଟଣାର ତଦନ୍ତ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ସିନାପାଲି ଅଙ୍ଗନୱାଡ଼ି ସଙ୍ଘ ସଭାନେତ୍ରୀ ପ୍ରେମବଲ୍ଲବୀ ହରପାଲ, ସମ୍ପାଦିକା ଭାନୁମତି ନାୟକ ,ସୁନିତା ପଟେଲ, ପୁଷ୍ପାଞ୍ଜଳି ନାୟକ , ସିନାପାଲି ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହର ପ୍ରମୁଖ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର