Masthead

ଡରାଉଛି କିଡନୀ ରୋଗ

ଉଦଳା(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଗ୍ରାମରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଯାହାକୁ ନେଇ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଗୋହିରାପୋଷି ଗ୍ରାମବାସୀ । କିଡନୀ ରୋଗରେ ୬ ମାସ ମଧ୍ୟରେ ଚାଲିଗଲାଣି ୪ ଜଣଙ୍କ ଜୀବନ । ଏବେ ପାଖପାଖି ୬ ରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଗୋହିରାପୋଷି ଗ୍ରାମବାସୀଙ୍କ ପାଇଁ ଏବେ ଦାଉ ସାଧିଛି କିଡନୀ ରୋଗ । ଅନେକ ଲୋକଙ୍କ ମଧ୍ୟରେ କିଡନୀ ରୋଗର ଲକ୍ଷଣ ଥିବାବେଳେ ସେମାନଙ୍କର ପରୀକ୍ଷା ହୋଇ ନ ଥିବାରୁ ସେମାନେ କିଡନୀରେ ଆକ୍ରାନ୍ତ କି କଣ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଣ କିଡନୀ ରୋଗ ହେବା ପରେ ଲୋକଙ୍କ ଶରୀର ଦୁର୍ବଳ ହେବା ସହିତ ସେମାନେ କୌଣସି କାମଧନ୍ଦା କରିପାରୁନାହାନ୍ତି ।

ଗ୍ରାମବାସୀଙ୍କୁ କିଡନୀ ରୋଗର ଭୟ ଘାରିଥିବାବେଳେ କୌଣସି ସରକାରୀ ବାବୁ କିମ୍ବା ମେଡିକାଲ ଟିମ୍ ଆଜି ପର୍ଯ୍ୟନ୍ତ ଗ୍ରାମରେ ପହଂଚିନାହାନ୍ତି । ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନେ ଅଧିକ ଚିକିତ୍ସା ନିମନ୍ତେ କଟକ କିମ୍ବା ବଡ ଡାକ୍ତରଖାନାକୁ ଯାଇପାରୁ ନ ଥିବା କହିଛନ୍ତି । କିଡନୀ ରୋଗ ବ୍ୟାପିବାର କାରଣ କଣ ତାହା ଗ୍ରାମବାସୀ ଜାଣିପାରୁ ନାହାନ୍ତି । ତେବେ କିଡନୀ ରୋଗ ଦିନକୁ ଦିନ ଜୀବନ ନେଇ ଚାଲିଥିବାବେଳେ ଯିଏ ବି କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା କଥା କହିଛନ୍ତି । ତେବେ ଏହି ଗ୍ରାମରେ କିଡନୀ ରୋଗ ବ୍ୟାପିବାରେ ଲାଗିଥିବାବେଳେ ମେଡିକାଲ ଟିମ୍ ଜରୁରୀକାଳୀନ ଭିତ୍ତିରେ ଗ୍ରାମରେ ପହଂଚିବା ଆବଶ୍ୟକ ହୋଇପଡିଛି । ତେବେ ଯଦି ରୋଗର କାରଣ ଖୋଜି ତାହା ଉପରେ ରୋକ ନ ଲଗାଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ