Masthead

ନିଷ୍ଠୁର ବାପା ଝିଅକୁ ଦେଲା ବିଷ ଇଂଜେକସନ

ନୀଳଗିରି (ବଡ଼ ଖବର ବ୍ୟୁରୋ): ୧୮ ଦିନର ଝିଅକୁ ବାପା ବିଷ ଇଂଜେକସନ ଦେଇ ହତ୍ୟା ଉଦ୍ୟମ ଘଟଣା ନେଲା ନୂଆ ମୋଡ଼। ଝିଅ ଜନ୍ମ ପାଇଁ ନୁହଁ ବରଂ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁଆ ମୋର ନୁହେଁ ବୋଲି କହି ମାରିବାକୁ ଉଦ୍ୟମ କରିଥିଲା ବୋଲି କହିଛନ୍ତି ବାଲେଶ୍ଵର ଏସ ପି ସାଗରିକା ନାଥ। ଅନ୍ୟପଟେ ଗୁରୁତର ଥିବା ଶିଶୁ କନ୍ୟା ଦୁଇଦିନ ବାଲେଶ୍ୱରରେ ଚିକିତ୍ସିତ ହେବାପରେ ଉନ୍ନତ ଚିକିତ୍ସା ପାଇଁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଥିଲା ନୀଳଗିରି ଥାନା ମିତ୍ରପୁର ଶିଙ୍ଗିରି ଅଞ୍ଚଳରେ।

ଏକୋଇସିଆ ପୂର୍ବରୁ ଝିଅକୁ ହତ୍ୟା ଉଦ୍ୟମ କରିଥିଲା ବାପା। ୧୮ ଦିନର ଶିଶୁ କନ୍ୟାକୁ ବାପା ବିଷ ଇଂଜେକସନ ଦେଇ ମାରିବାକୁ ଉଦ୍ୟମ କରିଥିଲେ। ନୀଳଗିରି ଥାନା ଅନ୍ତର୍ଗତ ଶିଶୁ କନ୍ୟାର ମାମୁଁ ଘର ସିଙ୍ଗିରି ଗ୍ରାମର । ସେପଟେ ଛୁଆର ମା ତନ୍ମୟି ସିଂହ କହିଛନ୍ତି ତାଙ୍କ ଉପରେ ମିଛ ଦୋଷ ଲଦା ଯାଉଛି । ତାହେଲେ ସେ ଡିଏନ୍ଏ ଟେଷ୍ଟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏସପିଙ୍କ ନିକଟରୁ ନ୍ୟାୟ ମାଗିଛନ୍ତି ତନ୍ମୟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ